Odia News Portal

ଖଣ୍ଡିଗିରରୁ ସେକ୍ସ ର‍୍ୟାକେଟ ଠାବ, ୩ ଯୁବତୀ ଓ ୩ ଗ୍ରାହକ ଗିରଫ

ଭୁବନେଶ୍ବର : ରାଜଧାନୀରୁ ସେକ୍ସ ର‍୍ୟାକେଟ ଠାବ । ଖଣ୍ଡିଗିର ଅଞ୍ଚଳରୁ ସେକ୍ସ ରାକେଟ ଠାବ କରାଯାଇଛି । ୩ ଯୁବତୀ ଓ ୩ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ପାତ୍ରପଡ଼ା ନିକଟରେ ଥିବା ଏକ ହୋଟେ୍‌ଲ୍‌ରେ ସେକ୍ସ ର‍୍ୟାକେଟ୍‌ ଚାଲିଥିଲା । ପଶ୍ଚିମବଙ୍ଗ ଓ ଗୋଆରୁ ଯୁବତୀମାନେ ଏହି ହୋଟେଲକୁ ଆସୁଥିବା ଅଭିଯୋଗ ହୋଇଛି। କିଙ୍ଗପିନ୍‌ ଫେରାର୍‌ ଅଛି।

ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଖଣ୍ଡଗିରି ଥାନା ପୋଲିସ। ବହୁ ଦିନ ଧରି ବିଭିନ୍ନ ହୋଟେଲ୍‌ ଓ ଭଡ଼ା ଘରେ ଏହି ଅନୈତିକ କାମ ଚାଲିଥିଲା। ହାଇପ୍ରୋଫାଇଲ୍‌ କଲ୍‌ ଗର୍ଲଙ୍କୁ ଗୋଆ, କୋଲକାତା ଓ ମୁମ୍ବାଇରୁ ଅଣାଯାଉଥିଲା। ଅନଲାଇନରେ ହେଉଥିଲା କାରବାର।