Odia News Portal

ସୋସିଆଲ ମିଡିଆରେ ଯୁବତୀଙ୍କ ଫଟୋ ଭାଇରାଲ, ୩ ଗିରଫ

କେନ୍ଦ୍ରାପଡ଼ା : ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରି ୩ ଯୁବକ ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ସୋସିଆଲ ମିଡିଆରେ ଯୁବତୀଙ୍କ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ। ଫଟୋ ଭାଇରାଲ ଅଭିଯୋଗରେ ଆଳି ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଗୋପନୀୟ ଭାବେ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ କରାଯାଇଥିଲା। ଏନେଇ ପୋଲିସ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।