Odia News Portal

ବିଦ୍ରୋହୀ ସଙ୍କେତ ଦେଲେ ପଙ୍କଜା ମୁଣ୍ଡେ

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି କ୍ଷମତାରୁ ଯିବା ପରେ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଏବେ  ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ଦଳର ନେତା ପଙ୍କଜା ମୁଣ୍ଡେ ଫେସବୁକ୍  ଜରିଆରେ ପୋଷ୍ଟ କରି ଶକ୍ତି ପ୍ରଦର୍ଶନ ସଙ୍କେତ ଦେଇଛନ୍ତି। ପଙ୍କଜା ମୁଣ୍ଡେଙ୍କ ବାପା ଗୋପିନାଥ ମୁଣ୍ଡେଙ୍କ ଶ୍ରାଦ୍ଧ ବାର୍ଷିକି ଅବସରରେ ଆଜି ସମର୍ଥକଙ୍କ ବୈଠକ ଡକାଇଛନ୍ତି। ସେ କହିଛନ୍ତି, ୮ରୁ୧୦ ଦିନ ଭିତରେ ବଡ ଧରଣର ନିଷ୍ପତ୍ତି ନେବେ।

ପଙ୍କଜା ମୁଣ୍ଡେ ନିଜର ପୋଷ୍ଟରେ ଲେଖିଛନ୍ତି, ନିର୍ବାଚନପରେ ଫଳାଫଳ ଆସିଥିଲ। ମୁଁ ହାରିବାର କିଛି ସମୟ ପରେ ଗଣମାଧ୍ୟମ ନିକଟରେ ଏହାକୁ ସ୍ବୀକାର କରିଥିଲି ଓ ଅନୁରୋଧ କରିଥିଲି। ଏଥିପାଇଁ କାହାକୁ ଦାୟୀ କରାନଯାଉ। ସବୁ ଦାୟିତ୍ବ ମୋର। ପ୍ରଥମେ ଦେଶ, ପରେ ଦଳ ଓ ଶେଷରେ ନିଜେ। ସଂସ୍କାର ପିଲାବେଳୁ ଆମ ସହିତ ରହିଛି। ଛୋଟ ବୟସରୁ,

ଉଲ୍ଲେଖନୀୟ ଯେ, ଫଡନାଭିସ୍ ସରକାର ପୂର୍ବତନ ମନ୍ତ୍ରୀ ପଙ୍କଜା ମୁଣ୍ଡେ ନିଜର ଗଡ ପରାଲିରୁ ନିର୍ବାଚନରେ ହାରିଯାଇଥିଲେ। ପଙ୍କଜା ଓ ତାଙ୍କର ଦାଦା ପୁଅ ଭାଇ ଧନଞ୍ଜୟ ମୁଣ୍ଡେଙ୍କଠାରୁ ପରାଜିତ ହୋଇଥିଲେ। ଧନଞ୍ଜୟ ମୁଣ୍ଡେ ନିକଟରେ ଉଦ୍ଧବ ସରକାରଙ୍କ ସହିତ ରହିଛି। ମହାରାଷ୍ଟ୍ର ବିଧାନସଭାର ନେତା ବିପକ୍ଷ ଧନଞ୍ଜୟ ମୁଣ୍ଡେ ନିଜର ଭଉଣୀଙ୍କୁ ନିଜର ଭଉଣୀକୁ ପ୍ରାୟ ୩୦୦୦୦ ଭୋଟରେ ପରାଜିତ କରିଥିଲେ। ଧନଞ୍ଜୟ ମୁଣ୍ଡେଙ୍କୁ ୧୨୧୧୮୬ ଭୋଟି ମିଳିଥିଲା, ସେଭଳି ପଙ୍କଜା ମୁଣ୍ଡେଙ୍କୁ ମାତ୍ର ୯୦୪୧୮ ଭୋଟ ହାସଲ କରିଥିଲେ।

ଫେସବୁକ୍ ପୋଷ୍ଟରେ ପଙ୍କଜା ମୁଣ୍ଡେ ଲେଖିଛନ୍ତି, ବଦଳୁଥିବା ରାଜନୀତି ପରିଦୃଶ୍ୟରେ କାର୍ଯ୍ୟାନୁଷ୍ଠାନ ଉପରେ ନିଷ୍ପତ୍ତି ନିଆଯିବ ଜରୁରୀ। ଆଗାମୀ ୮-୧୦ ଦିନ ଭିତରେ ଧାର୍ଯ୍ୟ କରାଯିବ ଯେ, ଆଗକୁ କ’ଣ କରାଯିବାର ଅଛି, କେଉଁ ରାସ୍ତା​‌ରେ ମୋତେ ଚାଲିବାର ଅଛି। ଆମର ଶକ୍ତି କ’ଣ, ଏଭଳି ସ୍ଥିତି ଉପରେ ଧ୍ୟାନ ଦେବା ଜରୁରୀ। ପଙ୍କଜା ମୁଣ୍ଡେଙ୍କ କହିବା ଅନୁସାରେ, ମୋତେ ବହୁତ କିଛି କହିବାର ଅଛି। ମୋତେ ଆଶା ରହିଛି ଯେ, ମୋର ‘ଯବାନ’ ରାଲିରେ ନିହାତି ପହଁଞ୍ଚିବେ।