Odia News Portal

ଓଡ଼ିଶାର ଝିଲିଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର : ନେପାଳର କାଠମାଣ୍ଡୁରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରେଳବାଇ ତରଫରୁ ପ୍ରତିନିଧିତ୍ୱ କରୁଥିବା ଝିଲି ମହିଳା ଭାରୋତ୍ତୋଳନର ୪୫ କେଜିରୁ କମ୍‌ ବର୍ଗରେ ପ୍ରଥମ ହୋଇ ଏହି ସଫଳତା ଅର୍ଜନ କରିଛନ୍ତି ।

ଝିଲି ଦୁଇ ରାଉଣ୍ଡରୁ ସର୍ବାଧିକ ୧୫୧ ପଏଣ୍ଟ ସ୍କୋର କରି ପ୍ରଥମ, ଶ୍ରୀଲଙ୍କାର ଦିବେଶକରା ଶ୍ରୀମାଲି ଦ୍ୱିତୀୟ ଏବଂ ନେପାଳର ସଙ୍ଗୀତା ରାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସ୍ନେହା ସୋରେନ୍‌ ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ଭାରତ ସର୍ବାଧିକ ୬୩ଟି ପଦକ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।