Odia News Portal

୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର : ଆସନ୍ତାକାଲି ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀ ହରିଚନ୍ଦନ ଆସନ୍ତାକାଲି ଅପରାହ୍ନ ୩.୫୦ରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରେ ପହଂଚି ସଂଦ୍ଧ୍ୟାବେଳେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ।

ଶ୍ରୀ ହରିଚନ୍ଦନ ଡିସେମ୍ବର ୮ ତାରିଖ ଦିନ ସକାଳେ ଖୋର୍ଦ୍ଧାଠାରେ ଅନୁଷ୍ଠିତ ହେବାକୁ ଥିବା ପାଇକ ବିଦ୍ରୋହ ସ୍ମାରକର ଭିତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀ ହରିଚନ୍ଦନ ଅପରାହ୍ନ ୩ ଟା ସମୟରେ ଭୁବନେଶ୍ୱର ୟୁନିଟ -୩ ପଡିଆରେ ଆୟୋଜିତ ଦିବ୍ୟାଙ୍ଗ ମହୋତ୍ସବ -୨୦୧୯ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ସଂଧ୍ୟାରେ କଟକ ବିଜୁପଟ୍ଟନାୟକ ଛକସ୍ଥିତ ଶାରଳା ଭବନରେ ଶାରଳା ସାହିତ୍ୟ ସଂସଦ କାର୍ଯ୍ୟକ୍ରମରେ ଯୋଗଦେବେ ।

ଶ୍ରୀ ହରିଚନ୍ଦନ ଡିସେମ୍ବର ୯ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱର ପ୍ରେସକ୍ଲବ ଠାରେ ଅନୁଷ୍ଠିତ ୭୧ ତମ ଅନ୍ତର୍ଜାତିକ ମାନବ ଅଧିକାର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ।
ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଡିସେମ୍ବର ୧୦ ତାରିଖ ଦିନ ସକାଳେ ଆନ୍ଧ୍ରପ୍ରଦେଶ ପ୍ରତ୍ୟାବର୍ତନ କରିବେ ବୋଲି ଆନ୍ଧ୍ର୍ପ୍ରଦେଶ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି ।