Odia News Portal

ବିଶ୍ୱର ସର୍ବବୃହତ ରଥର ମାନ୍ୟତା ପାଇଲା କେନ୍ଦୁଝର ରଥ

କେନ୍ଦୁଝର : ବିଶ୍ୱର ସର୍ବବୃହତ ରଥର ମାନ୍ୟତା ପାଇଲା କେନ୍ଦୁଝର ରଥ । ଗତକାଲି INDIAN BOOK OF RECORDଏହି ମାନ୍ୟତା ଦେଇଛି । INDIAN BOOK OF RECORDର ଜୁରୀ ହେଡ୍‌ ରାକେଶ ବର୍ମା ଆସି ସାର୍ଟିଫିକେଟ ପ୍ରଦାନ କରିଥିଲେ । ପୂର୍ବରୁ ଗ୍ଲୋବାଲ ରେକର୍ଡସ୍‌ ରିସୋସର୍ସ ଫାଉଣ୍ଡେସନ, ଏସିଆନ ପବ୍ଲିକ୍‌ ରେକର୍ଡ, ଇଣ୍ଡିଆନ ନ୍ୟାସନାଲ ରେକର୍ଡ ଓ ଇଣ୍ଟରନ୍ୟାସନାଲ ଓ୍ଵାଣ୍ଡରଓ୍ଵାଲଡ୍‌ ସଂସ୍ଥା ପକ୍ଷରୁ ଏହି ମାନ୍ୟତା ମିଳିଛି । ତେବେ ଆଗକୁ ଏହା ଗ୍ରୀନିଜ ବୁକ୍‌ ଅଫ୍‌ ରେକର୍ଡ କରିବାକୁ ଯାଉଛି। ୭୨ ଫୁଟ୍‌ ଉଚ୍ଚ ଓ ୪୫ଫୁଟ ପ୍ରସ୍ଥ ଏବଂ ୧୬ଚକ ବିଶିଷ୍ଟ କେନ୍ଦୁଝରର ଏହି ରଥ ସମଗ୍ର ବିଶ୍ୱରେ ସର୍ବାଧିକ ଉଚ୍ଚତା ରଥ ଭାବେ ବିବେଚିତ ହୋଇ ଆସୁଥିଲା। ଏନେଇ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବାରମ୍ବାର ଆବେଦନ କରାଯାଉଥିଲା। ଆରାଧ୍ୟ ଦେବତା ବଳଦେବଜୀଉଙ୍କ ନନ୍ଦିଘୋଷ ରଥରେ ୩ ଠାକୁର ମାଉସୀମାକୁ ଯିବାର ପରମ୍ପରା ରହିଛି।