Odia News Portal

ବୌଦ୍ଧ ପୁସ୍ତକମେଳା ଉଦ୍ ଯାପିତ

ଭୁବନେଶ୍ୱର : ବୌଦ୍ଧ ଜିଲ୍ଲା ସଦର ମହକୁମା କଚେରୀ ପଡିଆଠାରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ୭ଦିନିଆ ‘ପଞ୍ଚଦଶ ବୌଦ୍ଧ ପୁସ୍ତକମେଳା’ ଗତକାଲି ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ସଭାରେ ଓଡିଶା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକ ସମ୍ପର୍କ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ଉକ୍ରଳ ପ୍ରସଙ୍ଗର ସମ୍ପାଦକ ଡଃ. ଲେନିନ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଆ ସାହିତ୍ୟର ଅଭିବୃଦ୍ଧି ଏବଂ ଓଡିଆ ପୁସ୍ତକର ଆଦୃତି ବଢାଇବାରେ ପୁସ୍ତକମେଳା ଆୟୋଜନର ଯଥାର୍ଥତା ରହିଛି ବୋଲି ମତ ପ୍ରକାଶ କରିଥିଲେ ।

ବିଭିନ୍ନ ସ୍ଥାନରେ ପୁସ୍ତକମେଳା ଆୟୋଜନ କରାଯିବା ଫଳରେ ପାଠକପାଠିକାଙ୍କ ନିକଟରେ ରୁଚି ଅନୁଯାୟୀ ପୁସ୍ତକ ଉପଲବ୍ଧ ହୋଇପାରୁଛି ଏବଂ ଆୟୋଜକ ଅନୁଷ୍ଠାନମାନଙ୍କର ଆନ୍ତରିକତା ଓ ନିଷ୍ଠାପରତା ଯୋଗୁଁ ଏହା ସମ୍ଭବ ହୋଇପାରୁଛି ବୋଲି ଅତିଥିମାନେ ମନ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଓ ଦୈନିକ ସମ୍ବାଦର ଉପ-ମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁସ୍ତକମେଳା ଆୟୋଜକଙ୍କ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉପସ୍ଥିତିରେ ଏହି ଉଦ୍ଯାପନୀ ସନ୍ଧ୍ୟା ଅବସରରେ ଗଣମାଧ୍ୟମ ଓ ଲୋକ ସମ୍ପର୍କ ଉପଦେଷ୍ଟା ଶ୍ରୀ ମଙ୍ଗରାଜ ଓ ଉକ୍ରଳ ପ୍ରସଙ୍ଗର ସମ୍ପାଦକ ଡଃ. ମହାନ୍ତିଙ୍କୁ ‘ବାର୍ତ୍ତାବହ ସମ୍ମାନ-୨୦୧୯’ରେ ସମ୍ମାନିତ କରାଯାଇଥିଲା ।