Odia News Portal

ସକାଳେ ୫ଟି ସଚିବ ଭେଟିଲେ, ସନ୍ଧ୍ୟାରେ ଜଗାଙ୍କୁ ମିଳିଲା ଚିକିତ୍ସା ସହାୟତା

ଭଦ୍ରକ : ମୋ ସରକାର ଲାଗୁ ପରେ ଆଜି ପ୍ରଥମ ଥର ପାଇ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନରେ ଆସିଥଲେ ୫ଟି ସଚିବ ଭି.କେ.ପାଣ୍ଡିୟାନ୍ | ମେଡିକାଲରେ ବିଭିନ୍ନ ଓ୍ବର୍ଡ ବୁଲି ରୋଗୀମାଙ୍କ କଥା ବୁଝୁଥିବା ସମୟରେ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିସ ହେଉଥିବା ଜଗବନ୍ଧୁ ଜେନାଙ୍କୁ ଭେଟିଥିଲେ ୫ଟି ସଚିବ | ରୋଗୀ ଜଗବନ୍ଧୁ ଜେନାଙ୍କ ଦୁଃଖ କଥା ଶୁଣି ସମସ୍ତ ଖର୍ଚ୍ଚ ସରକାର ବହନ କରିବାର ପ୍ରତିଶୃତି ଦେଇଥିଲେ ସଚିବ ପାଣ୍ଡିଆନ୍ |

ସଚିବଙ୍କ ପ୍ରତିଶୃତି ଅନୁସାରେ ଆଜି ସନ୍ଧ୍ୟାରେ ଚିକିତ୍ସିତ ଜଗବନ୍ଧୁଙ୍କୁ ମେଡିକାଲରେ ଭେଟି ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର | ସୂଚନା ଜଗବନ୍ଧୁ ଓରଫ ଜଗା ସୋନି ଟିଭିରେ ପ୍ରସାରିତ ଇଣ୍ଡିଆନ୍ ଆଇଡଲ୍ ରେ ଆସି ଚର୍ଚ୍ଚାକୁ ଆସିଥିଲେ |