ଭୁବନେଶ୍ୱର : ପାଖେଇ ଆସୁଛି ୨୦୧୯ ନିର୍ବାଚନ । ପ୍ରତ୍ୟକ ରାଜନୈତିକ ଦଳ ନିର୍ବାଚନ ପାର ହେବାକୁ ନିଜ ନିଜର ରଣକୌଶଳ ରେ ବ୍ୟସ୍ତ । ତେବେ ପୂରା ଦେଶରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ କଥା ଉଠାଇ ଚର୍ଚ୍ଚା ରେ ରହିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ରେ ମହିଳାଙ୍କୁ ନେଇ ଏକ ମାଷ୍ଟର ଷ୍ଟ୍ରୋକ ଖେଳିପାରନ୍ତି ବୋଲି ଚର୍ଚା ହେଉଛି । ରାଜ୍ୟରେ ବର୍ତମାନ ପ୍ରାୟ ୪୫ ପ୍ରତିଶତ ମହିଳା ଭୋଟର ରହିଥିବା ବେଳେ ସେମାନଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି ନବୀନ ପଟନାୟକ । ୨୦୧୯ ନିର୍ବାଚନ ରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିର୍ଭର ସୂତ୍ରରୁ ଖବର ମିଳିଛି ଅନ୍ୟପଟେ ବିରୋଧୀ କଂଗ୍ରେସ ଏବଂ ବିଜେପି ମଧ୍ୟ ମହିଳା ଭୋଟର ଙ୍କୁ ଟାର୍ଗେଟ କରିଛନ୍ତି ।
ନିଜେ ଉଠାଇଥିବା ୩୩ ପ୍ରତିଶତ ସଂରକ୍ଷଣ କଥାକୁ କାମରେ କରି ଦେଖାଇବାକୁ ଚାଁହୁଛନ୍ତି ନବୀନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଇଗଲାଣି । ନିକଟରେ ବିଜେଡି ରେ ପ୍ରମୁଖ କାରଣ ଗୋଷ୍ଟି କନ୍ଦଳ ପାଲଟିଛି । ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି କି ଦଳୀୟ ବିଧାୟକ ଙ୍କ ସହ ଅନ୍ୟ ଏକ ବିଜେଡି ଗୋଷ୍ଠୀ ମଧ୍ୟରେ କନ୍ଦଳ ଆରମ୍ଭ ହେଇଗଲାଣି । ଏଭଳି ନିର୍ବାଚନୀ ମଣ୍ଡଳୀ ଗୁଡିକ ଏବେ ହାଇକମାଣ୍ଡ ଙ୍କ ନଜର ରେ ରହିଛି । ଶୁଣାଯାଉଛି ଏହି ଅଞ୍ଚଳରେ ମହିଳା ପ୍ରାଥୀ ଖୋଜାଯାଉଛି ।
ଏହା ସହିତ ଅନ୍ୟ ସମସ୍ତ ଜିଲ୍ଲାରେ ଜଣେ ଜଣେ ସୁଦକ୍ଷା ମହିଳାଙ୍କୁ ପ୍ରାଥୀ କରାଯିବା ନେଇ ପ୍ରସ୍ତୁତି ଚାଲିଛି । ଏନେଇ ମହିଳା ପ୍ରାର୍ଥୀଙ୍କୁ ଚିହ୍ନଟ କରି ରିପୋର୍ଟ ଦେବାକୁ ସ୍ଥାନୀୟ ପର୍ଯ୍ୟବେକ୍ଷକମାନଙ୍କୁ ଦଳ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ତାଲିକା ମିଳିବା ପରେ ଯେଉଁ ପ୍ରାଥୀନି ମାନଙ୍କର ସୁ ସଂଘଠନ ସହିତ ଲୋକପ୍ରିୟତା ରହିଥିବ ଏବଂ ବିଜୟ ର ସମ୍ଭାବନା ଥିବ ସେମାନଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇ ଟିକେଟ ଘୋଷଣା କରାଯିବ
