ଭୁବନେଶ୍ବର : ଓଡିଶାର ପ୍ରବାଦ ପୁରୁଷ ଏବଂ ସୈନିକସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସୈନିକସ୍କୁଲ ପୁରାତନ ଛାତ୍ର ସଂସଦ ଏବଂ ଓଡିଶା ଖଣି ନିଗମର ମିଳିତ ସହଯୋଗରେ ସୈନିକସ୍କୁଲ ଠାରେ ଚଳିତ ଡିସେମ୍ବର ୧୫ ତାରିଖ ସକାଳ ଘ୬.୩୦ରେ ଫିଟ୍ ଇଂଡ଼ିଆ ଗଣ ଦୌଡ଼ର ଆୟୋଜନ କରାଯାଇଥିଲା ।ଏହି ଗଣ ଦୌଡ଼ରେ ସୈନିକସ୍କୁଲର ୫୦୦ ଶିକ୍ଷାର୍ଥୀ ଓ ୨୦୦ ପୁରାତନ ଛାତ୍ରଙ୍କ ସମେତ ବିଭିନ୍ନ ଅନୁଷ୍ଠାନରୁ ପ୍ରାୟ ୧୫୦୦ରୁ ଅଧିକ ସହଯୋଗୀ ଭାଗ ନେଇଥିଲେ । ନିଜର ସ୍ୱାସ୍ଥ୍ୟ ସମସ୍ୟା ନଥିଲେ ଏଥିରେ ଯେ କୌଣସି ବୟସର ପ୍ରତିଯୋଗୀ ଭାଗ ନେଇପାରିବେ ବୋଲି ସୂଚନା ଦିଆଯାଇଥିଲା ।
ଏକ ସ୍ୱଚ୍ଛ , ସବୁଜ ଓ ସୁସ୍ଥ ଭୁବନେଶ୍ୱରର ବାର୍ତା ପ୍ରଚାର ଉଦ୍ଦେଶ୍ୟରେ ଏହି ଗଣ ଦୌଡ଼ ଆୟୋଜନ କରାଯାଇଥିଲା ।ଏହି ଦୌଡ ମାଧ୍ୟମରେ ରାଜ୍ୟର ଯୁବଗୋଷ୍ଠୀଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ , ଆଦର୍ଶ ଓ ଜାତୀୟତାବାଦର ଭାବ ଉଦ୍ରେକ କରି ଭାରତୀୟ ପ୍ରତିରକ୍ଷା ବାହିନୀରେ ଯୋଗ ଦେବାର ପ୍ରୋତ୍ସାହନ ସୃଷ୍ଟି କରାଯାଇଥିଲା ।
ଏହି ଦୌଡ ସୈନିକସ୍କୁଲ ଗେଟ୍ ପାଖରୁ ଆରମ୍ଭ ହୋଇ ସପ୍ତମ ବାଟାଲିୟନ , ନାଲକୋ- କଳିଙ୍ଗ ହସ୍ପିଟାଲ ଛକ , ଜୟଦେବ ବିହାର ,ଆଚାର୍ଯ୍ୟ ବିହାର , ଆପୋଲ ହସ୍ପିଟାଲ ଦେଇ ୭.୩ କି.ମି. ପଥ ଅତିକ୍ରମ କରି ସୈନିକସ୍କୁଲ ଗାନ୍ଧିଷ୍ଟାଡିୟମରେ ଶେଷ ହୋଇଥିଲା । ଲେପ୍ଟନାଂଟ୍ ଜେନେରାଲ ଜେ.କେ. ମହାନ୍ତି , ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟପ୍ଟେନ୍ ଡୋମିନିକ୍ ରାୟନ ଓ ଡି.ସି.ପି . ଶ୍ରୀ ଅନୁପ ସାହୁ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ ।
