Odia News Portal

କନ୍ଧମାଳ ଗସ୍ତରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ, କ୍ରୀଡ଼ା ଭିତ୍ତିଭୂମି ପରଖିଲେ ଓ ହଷ୍ଟେଲ୍‌ ବୁଲିଲେ

ଭୁବନେଶ୍ୱର :  ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ୪ ଦିନିଆ
କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତରେ ମନ୍ତ୍ରୀ କନ୍ଧମାଳ ଜିଲ୍ଲାର ସଂପୂର୍ଣ୍ଣ କ୍ରୀଡ଼ା ଭିତ୍ତିଭୂମି ତଦାରଖ କରିବାର
କାର୍ଯ୍ୟକ୍ରମ ରହିଛି ।  ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା କନ୍ଧମାଳ ଜିଲ୍ଲା ମିନିଷ୍ଟାଡିୟମ୍‌ ପରିଦର୍ଶନ ଯିବା ସହ ନିର୍ମାଣ କାର୍ଯ୍ୟର  ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏଥି ସହ ସ୍ଥାନୀୟ ସାଂସଦ ଡ. ଅଚୁ୍ୟତ ସାମନ୍ତ, ପିଆର୍‌ଆଇ ସଦସ୍ୟ ଏବଂ
ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲାରେ କ୍ରୀଡ଼ାର ସାମଗି୍ରକ ବିକାଶ ନେଇ ଆଲୋଚନା କରିଥିଲେ ।

 

ପରେ ମନ୍ତ୍ରୀ ଶ୍ରୀ ବେହେରା କନ୍ଧମାଳ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିବା ସହ ଏଠାରେ ରହୁଥିବା ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟପେୟ, ରହିବା ବ୍ୟବସ୍ଥା, ତାଲିମ, କ୍ରୀଡ଼ା ସରଞ୍ଜାମ ଓ ଅନ୍ତେବାସୀଙ୍କ ବିଭିନ୍ନ ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ହଷ୍ଟେଲ୍‌ ଅନ୍ତେବାସୀଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ସେଠାରେ ଦିଆଯାଉଥିବା
ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଏହି ସମୟରେ କଠିନ୍‌ ପରିଶ୍ରମ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭଲ
ପ୍ରଦର୍ଶନ କରବା ଉପରେ ମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ । ଆଜି ଅପରାହ@ରେ ମନ୍ତ୍ରୀ
ବାଲିଗୁଡା ଗସ୍ତ କରି ସେଠାରେ ଏକ ଫୁଟବଲ୍‌ ଚମ୍ପିଅନ୍‌ସିପ୍‌ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବା ସହ ବାଲିଗୁଡ଼ା
ମିନିଷ୍ଟାଡିୟମ୍‌ ପରିଦର୍ଶନ କରିଥିଲେ । ଆସନ୍ତାକାଲି ମନ୍ତ୍ରୀ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ୍‌ ଗସ୍ତ କରିବା ସହ ସେଠାକାର
ମିନିଷ୍ଟାଡିୟମ୍‌ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଗସ୍ତରେ ମନ୍ତ୍ରୀ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେବା ସହ ସ୍ଥାନୀୟ କ୍ରୀଡ଼ାର
ବିକାଶ ଦିଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା
କରାଯିବ ବୋଲି କହିଥିଲେ ।

 

ରାଜ୍ୟ ସରକାର ବର୍ତ୍ତମାନ କ୍ରୀଡ଼ାର ବିକାଶକୁ ବେଶୀ ପ୍ରାଧାନ୍ୟ ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ସୂତ୍ର ଅନୁଯାୟୀ କ୍ରୀଡ଼ା ଛାତ୍ରାବାସଗୁଡ଼ିକର ଆଧୁନିକୀକରଣ ସହ ଅନ୍ତେବାସୀଙ୍କ ଲାଗି ଉତ୍ତମ  ଖାଦ୍ୟପେୟ, ରହିବା ବ୍ୟବସ୍ଥା, ଉନ୍ନତ ମାନର କୋଚିଂ ଆଦି ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି ।