Odia News Portal

ଯୁବତୀଙ୍କୁ ବନ୍ଦ ଘରେ ହାତଗୋଡ ବାନ୍ଧି ଦୁଷ୍କର୍ମ

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଲଜ୍ଜା। ଯୁବତୀଙ୍କୁ ବନ୍ଦ ଘରେ ହାତଗୋଡ ବାନ୍ଧି ଦୁଷ୍କର୍ମ କଲେ ଯୁବକ। ଗାଁ ଲୋକଙ୍କ ସହାୟତାରେ ପୀଡିତାଙ୍କୁ ଉଦ୍ଧାର କଲା ପୋଲିସ। ଏଭଳି ଅମାନବୀୟ ଘଟଣା ଘଟାଇ ଅଭିଯୁକ୍ତ ଯୁବକ ଫେରାର। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ତନାଘନା ଆରମ୍ଭ କରିଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ ଯେ, ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଜୁଇଲୁଣ୍ଡା ଗ୍ରାମର ଜଣେ ଯୁବକ ଯୁବତୀଙ୍କୁ ହାତଗୋଡ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁରୀ ସତ୍ୟବାଦୀ ଥାନା ଅଞ୍ଚଳର ଯୁବତୀଙ୍କୁ ଦୁଷ୍କର୍ମ ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ଯୁବତୀ ବାପାଙ୍କ ଭତ୍ତା ଟଙ୍କା ଆଣିବାକୁ ଗାଁ ମୁଣ୍ଡକୁ ଆସିଥିଲେ । ଏହି ସମୟରେ ସେଠାରେ ଥିବା ପୂର୍ଣ୍ଣଚନ୍ଦ୍ର ଦାସ ଚତୁରତାର ସହ ଘରକୁ ଡାକିନେଇଥିଲା ।

ସେଠାରେ କବାଟ ବନ୍ଦ କରି ଯୁବତୀଙ୍କ ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିଥିଲା । ତେବେ ଯୁବତୀଙ୍କ ପାଟି ଶୁଣି ଗାଁର କିଛି ଯୁବକ ସତ୍ୟବାଦୀ ଥାନାରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁଲୋକଙ୍କ ସହୟାତାରେ ଯୁବତୀଙ୍କୁ ବନ୍ଦ ଘରୁ ଉଦ୍ଧାର କରିଛି । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅଭିଯୁକ୍ତ ଯୁବକକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି ପୋଲିସ ।

ଅନ୍ୟ ପଟେ ଯୁବକ ଏହିପରି ଅନେକ କେସ କରିଥିବା ଜଣାପଡିଛି । ଗ୍ରାମରେ ଭୁଲ ମାଗି କେସ ରଫା ଦଫା କରିଥିବା ଶୁଣିବାକୁ ମିଳୁଛି ।  ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ଜଣାପଡିଛି।