ଭୁବନେଶ୍ୱର : ୩୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଳରୁ ଆସିଥିବା ୫୦୦ରୁ ଅଧିକ ଉଦୀୟମାନ ସଟ୍ଲର ପୂର୍ଣ୍ଣ ଉତ୍ସାହ ସହ ୩୩ତମ ଜାତୀୟ ଉପକନିଷ୍ଠ ଵ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ଯାହାକି ଆଜିଠାରୁ ସମକାଳିନ ଭାବେ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଓ ସହିଦ୍ ନଗଦ ଇଣ୍ଡୋର ହଲ୍ଠାରେ ଆୟୋଜିତ ହୋଇଛି । ପ୍ରଥମ ଥର ପାଇଁ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗରେ ଓଡିଶା ଷ୍ଟେଟ୍ ଵ୍ୟାଡମିଣ୍ଟନ ଆସୋସିଏଶନ (ଓଏସ୍ବିଏ) ଏହି ପ୍ରତିଯୋଗିତାର ପରିଚାଳନା କରୁଛି । ଏହି ଛଅ ଦିନିଆ ପ୍ରତିଯୋଗିତାକୁ ଅସିତ୍ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ, ଓଡିଶା ସରକାର, ବ୍ୟାଡ୍ମିନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଆଇଏ)ର ଉପାଧ୍ୟକ୍ଷ ଓ ଡି ଶର୍ମା, ଓଏସ୍ବିଏ ଅଧ୍ୟକ୍ଷ ରୋହିତ ପୂଜାରୀ ଓ ଟୂର୍ଣ୍ଣାମେ କନ୍ଭେନର ରାଜେଶ ପାଟିଲଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଛି ।
ବାଂଲାଦେଶ ଇରନ୍ୟାସ୍ନାଲ ଚ୍ୟାଲେଞ୍ଜର ଓମେନ୍ସ ଡବଲ୍ସରେ ରନର୍ସ–ଅପ୍ ହେବା ପରେ ଢାକାରୁ ଫେରି ଏଠାରେ ପôହଥିବା ଓଡିଶାର ଚାମ୍ପିଅନ ଖେଳାଳୀ, ଋତୁପର୍ଣ୍ଣା ପଣ୍ଡା ଏହି ଉଦ୍ଘାଟନ ଉତ୍ସବର ମୁଖ୍ୟ ଆକର୍ଷଣ ରହିଥିଲେ । ଗୋପୀଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଋତୁପର୍ଣ୍ଣା ଏଠାରେ ଖୁବ୍ ଉତ୍ସାହିତ ଜଣାପଡୁଥିଲେ ଏବଂ ନିଜର ସାମ୍ପ୍ରତିକ ଅଭିଜ୍ଞତା ବାିବା ସହ ଚଳିତ ପ୍ରତିଯୋଗିତାରେ ଯୁବପୀଢୀର ସଟ୍ଲର୍ଙ୍କୁ ଭଲ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାର ପ୍ରଥମ ଦିନ ଆଜି ୧୫ ଓ ୧୭ ବର୍ଷରୁ କମ୍ ଡବଲ୍ସ ଇଭେରେ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ସହ ଆରମ୍ଭ ହୋଇଥିଲା ।
ଏହାପରେ୧୫ ବର୍ଷରୁ କମ୍ ବାଳକ ଓ ବାଳିକା ସିଙ୍ଗଲ୍ସ ଇଭେ ଏକାସଙ୍ଗେ ଖେଳାଯାଇଥିଲା । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ବ୍ୟାଡ଼ମିନରେ ଏକ ଜାତୀୟ ପ୍ରତିଯୋଗିତାର ଆୟୋଜକ ହୋଇଥିବାରୁ ଉଭୟ ସ୍ଥାନରେ ଆଜି ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଜଣେ ବ୍ୟାଡ୍ମିନ ଫଲୋଅର ହରିଶ ମିଶ୍ର କହିଛନ୍ତିଯେ, “ସମସ୍ତ ବ୍ୟବସ୍ଥା ଉଚ୍ଚକୋଟୀର ହୋଇଥିବାବେଳେ କିଶୋର ଖେଳାଳିମାନେ ଉଚ୍ଚମାନର ବ୍ୟାଡ୍ମିନ ଖେଳିଥିଲେ । ସେହିପରି ଜଣେ କଲେଜ ଛାତ୍ରୀ ସହେଲି ଦାସ୍ କହିଛନ୍ତିଯେ, ଷ୍ଟାଡିୟମ ଭିତରେ ମ୍ୟାଚ୍ଗୁଡିକର ଲାଇଭ୍ ଷ୍ଟ୍ରିମିଂ ଖୁବ୍ ଚମକ୍ରାର ରହିଛି । ଏହା ଉପସ୍ଥିତ ଦର୍ଶକଙ୍କୁ ଖେଳାଳି ଓ ମ୍ୟାଚ୍ର ସ୍କୋର ଜାଣିବାରେ ସହାୟକ ହୋଇପାରୁଛି ।”
( ଭୁବନେଶ୍ୱରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
