Odia News Portal

ନିର୍ବାଚନ କମିଶନରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ବର :  ଭୁବନେଶ୍ବରରେ ନିର୍ବାଚନ କମିଶନରଙ୍କ ଟିମ୍ । ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ କମିଶନର ସମୀକ୍ଷା କରୁଛନ୍ତି । ଆଜି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଟିମ୍ । ସେପଟେ ସାଧାରଣ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ ହୋଇଛି । ପୋଲିସ ଡିଜି ଆର୍.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ସବୁ ଜିଲ୍ଲାର ଏସ୍.ପି., ଆଇଜି, ଡିଆଇଜି ବୈଠକରେ ଉପସ୍ଥିତ ଅଛନ୍ତି । ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ନିର୍ବାଚନ କମିଶନରଙ୍କ ସହ ଆଲୋଚନା ହେଉଛି ।