Odia News Portal

ଟାଫେର ଅଧ୍ୟକ୍ଷା ମଲ୍ଲିକା ଶ୍ରୀନିବାସନ ୟୁଏସଆଇବିସିର ଗ୍ଲୋବାଲ ବୋର୍ଡରେ ନିଯୁକ୍ତ

ଭୁବନେଶ୍ୱର : ଟ୍ରାକ୍ଟର ଆଣ୍ଡ ଫାର୍ମ ଇକ୍ୟୁପମେର ଅଧ୍ୟକ୍ଷା ମଲ୍ଲିକା ଶ୍ରୀନିବାସନଙ୍କୁ ଆମେରିକା ଚାମ୍ବର ଅଫ କମର୍ସର ୟୁଏସ-ଇଣ୍ଡିଆ ବିଜନେସ କାଉନସିଲ(ୟୁଏସଆଇବିସି)ର ଗ୍ଲୋବାଲ ବୋର୍ଡରେ ନିଯୁକ୍ତ କରାଯାଇଛି । ୟୁଏସଆଇବିସିର ୩୫ ସଦସ୍ୟ ବୋର୍ଡରେ ସିଇଓମାନଙ୍କର ଏବଂ ପରିଚାଳକମାନଙ୍କର ଏହି ପ୍ରତିଷ୍ଠିତ ସାରଣୀରେ ସେ ସାମିଲ ପରଠାରୁ ହିଁ ତାଙ୍କ ନିଯୁକ୍ତି ପ୍ରଭାବକାରୀ ହୋଇଯାଇଛି ।

 

ୟୁଏସଆଇବିସିରେ ନିଜର ପ୍ରବେଶ ସମ୍ପର୍କରେ ମଲ୍ଲିକା ଶ୍ରୀନିବାସନ କହିଛନ୍ତି ଯେ, “ୟୁଏସଆଇବିସି ବାଣିଜ୍ୟର ଗୋଟିଏ ପ୍ରମୁଖ ସ୍ୱର ହୋଇ ରହିଆସିଛି ଯାହା ଭାରତ ଏବଂ ଆମେରିକାର ବାଣିଜ୍ୟ ଓ ସରକାରଙ୍କ ମଧ୍ୟରେ ଏକ ଦୃଡ଼ ସମ୍ପର୍କକୁ ପରିଚାଳିତ କରୁଛି । ଆମରେିକୀୟ ଏବଂ ଭାରତୀୟ କର୍ପୋରେଟମାନଙ୍କ ମଧ୍ୟରେ ଏକ ଦୃଢ଼ ଆର୍ଥନୀତିକ ସହଯୋଗର ଲାଭ ଉପରେ ଟାଫେର ପ୍ରଦର୍ଶନମୂଳକ ବିଶ୍ୱାସ ଏବଂ ଯାନ୍ତ୍ରିକରଣ ଓ କୃଷି ବିକାଶ ଉପରେ ଆମର ଧ୍ୟାନକୈନ୍ଦ୍ରିକତା ସହିତ ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବା ନିମନ୍ତେ ୟୁଏସଆଇବିସିର ସ୍ୱତନ୍ତ୍ର ପଦକ୍ଷେପରେ ସକ୍ରିୟତାର ସହ କାର୍ଯ୍ୟ କରିବାର ସୁଯୋଗକୁ ଚାହିଁ ରହିଛି ।

 

ଯାହାଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ ଏକ ମଜବୁତ ଆର୍ଥନୀତିକ ସହବନ୍ଧିତା ସ୍ଥାପନ ହେବ ।”
ମଲ୍ଲିକା ଶ୍ରୀନିବାସନ ଏଜିସିଓ କର୍ପୋରେସନର ବୋର୍ଡରେ -ୟୁଏସଏ, ଟାଟାଷ୍ଟିଲ ଲିମିଟେଡ ଏବଂ ଟାଟା ଗ୍ଲୋବାଲ ବିଭରେଜେସ ଲିମିଟେଡରେ ସାମିଲ ରହିଛନ୍ତି । ଇଣ୍ଡିଆନ ସ୍କୁଲ ଅଫ ବିଜନେସ, ହାଇଦ୍ରାବାଦ, ଏବଂ ଇଣ୍ଡିଆନ ଇନଷ୍ଟିଟ୍ୟୁସନ ଅଫ ଟେକ୍ନୋଲୋଜିର ଗଭର୍ଣ୍ଣିଙ୍ଗ ମୋର୍ଡ, ଚେନ୍ନାଇ, ଏବଂ ଭାରତଦାଶନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେ, ତ୍ରିଚିର ସେ ଜଣେ ସଦସ୍ୟ । ମଲ୍ଲିକା ଶ୍ରୀନିବାସନଙ୍କ ସମେତ ଭିଏମୱେଅର ପକ୍ଷରୁ ଶେଖର ଆୟର, ଜେଟଲାଇନ ଗ୍ରୁପ ଅଫ କମ୍ପାନୀ ପକ୍ଷରୁ ରାଜନ ନଭନୀ ଏବଂ ଲାଇବ୍ରେରୀ ପିକ୍ଚର ଇରନ୍ୟାସନାଲ ପକ୍ଷରୁ ଡେଭିଡ ଟାଗହିଅଫ ମଧ୍ୟ ୟୁଏସଆଇବିସିର ଗ୍ଲୋବାଲ ବୋର୍ଡରେ ନିଯୁକ୍ତ ହୋଇଛନ୍ତି ।