ଭୁବନେଶ୍ୱର : ଭୁବନେଶ୍ୱରର ସୋଆ (ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ) ଠାରେ ଏସିକନ୍ (ଦି ଆସୋସିଏସନ ଅଫ ସର୍ଜନ୍ସ ଅଫ ଇଣ୍ଡିଆ)ର ୭୯ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ, ପଦ୍ମଶ୍ରୀ ଏ.ଏସ୍. କିରନ୍ କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଆୟୋଜକ ଅଧ୍ୟକ୍ଷ ଡା ସି ଆର୍ ଦାସ, ଅଧ୍ୟକ୍ଷ ଡା ଅରବିନ୍ଦ କୁମାର, ସମ୍ମାନନୀୟ ସଚିବ ଡା ସଞ୍ଜୟ କୁମାର ଜୈନ, ଉପାଧ୍ୟକ୍ଷ ଡା ପି ରଘୁରାମ, ସାର୍କ ଅଧ୍ୟକ୍ଷ ଡା ଶିବ କେ ମିଶ୍ର ଓ ଆୟୋଜକ ସଚିବ ଡା ଶ୍ରୀଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଛନ୍ତି । ୧୯୩୮ରେ ସ୍ଥାପନ ହେବା ପରଠାରୁ ଓଡିଶାରେ ୪ର୍ଥ ଥର ପାଇଁ ଏସିକନ୍ର ଆୟୋଜନ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତ ଓ ସାର୍କ ଦେଶଗୁଡିକରୁ ପ୍ରାୟ ୭୦୦୦ ପ୍ରତିନିଧି ଯୋଗ ଦେଇଛନ୍ତି ।
ଏହି ଅବସରରେ କାର୍ଯ୍ୟକ୍ରମ ପରିଚାଳନା ସଚିବ, ଡା ଶ୍ରୀଜୟ ପଟ୍ଟନାୟକ କହିଛନ୍ତି ଯେ, “ଏସିକନ୍ ୨୦୧୯ର ଆୟୋଜନ କରିବା ମୋ ପାଇଁ ଏକ ସ୍ୱପ୍ନ ଥିଲା । ମୁଁ ନିଶ୍ଚିତ ଯେ ଉକ୍ରୃଷ୍ଟତା ପାଇଁ ଏହି ସନ୍ଧାନ ମାଧ୍ୟମରେ ଏ କ୍ଷେତ୍ରର ମୋର ବନ୍ଧୁମାନେ ଏକ ଉନ୍ନତ ଓ ସୁସ୍ଥ ସମାଜ ଗଠନ ଦିଗରେ କାର୍ଯ୍ୟକରିବେ ।” ଆୟୋଜକ ଅଧ୍ୟକ୍ଷ ଡା ସି ଆର୍ ଦାସ କହିଛନ୍ତି ଯେ, “ଚିକତ୍ସା କ୍ଷେତ୍ରରେ ବୈଜ୍ଞାନିକ ପ୍ରଗତିର ଉତ୍ସବ ମନାଇବା ପାଇଁ ଗୋଟିଏ ମରେ ଦେଶ ଓ ବିଦେଶରୁ ପ୍ରାୟ ୭୦୦୦ ପ୍ରତିନିଧି ଏକାଠି ହେବା ନିଜ ମଧ୍ୟରେ ଏକ ବଡ ଉପଲବ୍ଧିô ।”
ଏସିକନ୍ ୨୦୧୯ ଭୁବନେଶ୍ୱର ଏକ ଆଦର୍ଶ ସମ୍ମିଳନୀ ଓ ପ୍ରତିନିଧି କୈନ୍ଦ୍ରିକ କାର୍ଯ୍ୟକ୍ରମ ହେବ । ଏହା ନିଜ କ୍ଷେତ୍ରରେ ଏକମାତ୍ର ଏଭଳି କାର୍ଯ୍ୟକ୍ରମ ହେବ ଯେଉଁଠାରେ ଜଣେ ସାମାଜିକ କାର୍ଯ୍ୟକ୍ରମ ଓ ନିବିଡ଼ ବୈଜ୍ଞାନିକ ଅଧିବେଶନ ସହ ବିକଶିତ ଶିକ୍ଷାନୁଷ୍ଠାନ ଦେଖିବାକୁ ପାଇପାରିବେ । ଏଏସ୍ଆଇ ଦ୍ୱାରା କରାଯାଇଥିବା ଅଧିକାଂଶ ସ୍ୱତନ୍ତ୍ର ଅଭିଯାନଗୁଡିକ ପାଇଁ ଏହା ହେଉଛି ପ୍ରଥମ ବିଚାରପୀଠ । ଏହାର ‘ଗୋ ଡିଜିଟାଲ’ ଓ ‘ଗୋ-ଗ୍ରୀନ୍’ ଅଭିଯାନ ଏସିକନ୍ ୨୦୧୯କୁ ଏହାର ମୋବାଇଲ ଆପ୍, ପେପର୍ ବ୍ୟାଜ୍, ଜ୍ୟୁଟ୍ ଡେଲିଗେଟ୍ ଓ ସ୍ପାଉସ୍ ବ୍ୟାଗ୍, ଇ-ସୋଭେନିର, ବୈଜ୍ଞାନିକ କାର୍ଯ୍ୟକ୍ରମର ଇ-ଭର୍ସନ, ପରିବେଶ ଅନୁକୂଳ ପେନ୍ ଏବଂ ପ୍ୟାଡ୍ ଓ ବିଶେଷକରି ଏସିକନ୍ ଲାଇଭ୍ ଟିଭି ଆଦି ଶୁଭାରମ୍ଭ କରିବାକୁ ପ୍ରୋତ୍ସାହିତ କରିଥିଲା । ଏକ ଉନ୍ନତ ବିଶ୍ୱ ଗଠନ କରିବାରେ ଏଏସ୍ଆଇର ପ୍ରୟାସ ପ୍ରତି ଏହା ହେଉଛି ଏକ ପ୍ରଥମ ବୃହ୍ ପଦକ୍ଷେପ ! ଶିକ୍ଷାନୁଷ୍ଠାନଗୁଡ଼ିକ ବ୍ୟତୀତ ପ୍ରତିନିଧି ଓ ସେମାନଙ୍କ ପରିବାର ପାଇଁ ଅନେକ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଏବଂ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅବସର ଭ୍ରମଣର ବ୍ୟବସ୍ଥା କରାଯାଇଛି ।
