Odia News Portal

ଜୀବନରୁ ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ

ନୂଆପଡା : ଜୀବନରୁ ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ ଅଭିଯୋଗ। ନୂଆପଡା ଜିଲ୍ଲା ଖଡିଆଳ ଥାନାର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାତିରେ ଯୁବତୀ ଜଣଙ୍କ ଶୌଚ ହେବାକୁ ଯାଇଥିବା ବେଳେ ଆଶିଷ ବଳପୂର୍ବକ ଟେକି ନେଇ ନିଜ ଦୋକାନ ଘରର କ୍ୟାବିନ ଭିତରେ ପୁରେଇ ଦେଇଥିଲା ।

ଏହାପରେ ଯୁବତୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ପରିବାର ଲୋକେ ଏନେଇ ଖଡିଆଳ ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ଆଶିଷକୁ ଗିରଫ କରିଛି ।