Odia News Portal

ଅଦିନିଆ ମିଶ୍ରଣ ଏବେ କଂଗ୍ରେସକୁ ଅଡୁଆ

ଦଳରେ ମିଶିଥିବା ବ୍ୟକ୍ତି ରାଜଧାନୀରୁ ହୋଇଥିଲେ ଗିରଫ
ଭୁବନେଶ୍ୱର : ଓଡିଶା କଂଗ୍ରେସକୁ ଅଦିନିଆ ମିଶ୍ରଣ ଅଡୁଆ ହୋଇଛି । ଆଜି କଂଗ୍ରେସ ଭବନ ଠାରେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଏହି ଅଭିଯୋଗର ସତ୍ୟତା ରହିଥିବା ନେଇ ଦଳର କିଛି କର୍ମୀ ବି ମତ ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି କଂଗ୍ରେସରେ ଯୋଗ ଦେଇଥିବା ଜଣେ ବ୍ୟକ୍ତି ଅଳ୍ପ ଦିନ ତଳେ ପୁଲିସ୍‍ ଦ୍ୱାରା
ଗିରଫ ହୋଇଥିଲେ । ନବରଙ୍ଗପୁର ପୁଲିସ୍‍ ତାଙ୍କୁ ଖୋଦ ରାଜଧାନୀରୁ ଗିରଫ କରିଥିଲା । ବିଟ୍‍ କଏନ କାରବାରରେ ଲକ୍ଷାଧିକ ଟଙ୍କାର ଚୂନ ଲଗାଇ ଫେରାଇ ଥିବାବେଳେ ନବରଙ୍ଗପୁର ପୁଲିସ୍‍ ତାଙ୍କୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଗିରଫ କରି ସେଠାକୁ ନେଇଥିଲା । ଏହି ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତି କିଛିଦିନ ପାଇଁ ନବରଙ୍ଗପୁର ଜେଲ୍‍ରେ ଥିଲେ ।
ତେବେ ଏଭଳି ଜଣେ ଅପରାଧିକ ପ୍ରବୃତିର ଲୋକଙ୍କୁ କିଭଳି କଂଗ୍ରେସ ନେତାମାନେ ଫୁଲମାଳ ପକାଇ ଆଣି ଦଳରେ ମିଶାଇଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କ ନାମ କିଏ
ସୁପାରିଶ୍‍ କରିଥିଲା ଓ ତାଙ୍କ ସଂକ୍ରାନ୍ତରେ କାହିଁକି ଖୋଳତାଡ ହେଲା ନାହିଁ ସେଥିଘେନି ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ସେହିଭଳି ଆଜି ଦଳରେ ଯୋଗ ଦେଇଥିବା ଆଉ ଜଣେ ମହିଳାଙ୍କୁ ନେଇ ବି କଂଗ୍ରେସ ମହଲରେ ହଇଚଇ ହୋଇଛି । ସମ୍ପୃକ୍ତ ମହିଳା ଜଣଙ୍କ ପୂର୍ବରୁ ରାଜଧାନୀର ଜଣେ କର୍ପୋରେଟରଙ୍କୁ ଚୂନ ଲଗାଇବା ସହିତ ବହୁ ବେଆଇନ୍‍ କାରବାରରେ ଲିପ୍ତ ଥିବା କୁହାଯାଉଛି । ଏପରିକି ଏହି ମହିଳାଙ୍କ ସହିତ ଥିବା ଜଣେ ବ୍ୟଙ୍କିଙ୍କ ନାଁରେ ଚିଟ୍‍ଫଣ୍ଡ ଅଭିଯୋଗରେ ସିବିଆଇ ମାମଲା ରହିଥିବା ବି ଶୁଣିବାକୁ ମିଳୁଛି । ରାଜଧାନୀର ଜଣେ ଯୁବ ବିଧାୟକଙ୍କର ଏହି ମହିଳା ଜଣଙ୍କ ଅତି ଅନ୍ତରଙ୍ଗ । ବିଧାୟକଙ୍କ ସହାୟତାରେ ରାଜଧାନୀରେ ଦୁଇ ତିନିଟି ଦୋକାନଘର ବି ହାତେଇଛନ୍ତି ।
ଏଭଳି ନେତାମାନଙ୍କୁ ଦଳରେ ମିଶାଇ କଂଗ୍ରେସ କି ଲାଭ ପାଇବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ବିଜେପି କର୍ମୀଙ୍କୁ ଦଳରେ ମିଶାଇ ଖୁସି ହେଉଥିବା କିଛି କଂଗ୍ରେସ ନେତା ଏଭଳି ପ୍ରଚାରର ସୁରାକ ପାଇବାପରେ ଆ୧⁄୨ର୍ଯ୍ୟ ହୋଇପଡିଛନ୍ତି । କଂଗ୍ରେସର କିଛି କର୍ମୀଙ୍କ କହିବାକଥା ଏବେ ଦଳରେ ଆଦୌ ମିଶ୍ରଣ ପର୍ବର ଆବଶ୍ୟକତା ନାହିଁ । ଖୋଦ ଦଳର ସଭାପତି ଏକ ପ୍ରକାର ଠିକାରେ ଅଛନ୍ତି । ତାଙ୍କୁ ଚଉକିରୁ ହଟାଇବାପାଇଁ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଧାଁ ଦଉଡ ଚାଲିଥିବାବେଳେ କାର୍ଯ୍ୟକାରୀ ସଭାପତିମାନେ କଂଗ୍ରେସଭବନ ବାରଣ୍ଡା ମାଡୁ ନାହାନ୍ତି । ଦଳରେ ସଭାପତି ହଟାଅ ଅଭିଯାନ ଜୋରଦାର ହୋଇଥିବାବେଳେ କିଛିଦିନ
ଧରି ଏହାକୁ ପ୍ରଶମିତ କରିବାପାଇଁ ଦଳୀୟ କର୍ମୀମାନେ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲେ ।
ଦୁଇ ତିନିଦିନର ଜୋରଦାର କାର୍ଯ୍ୟକ୍ରମ କଂଗ୍ରେସ କର୍ମୀଙ୍କୁ ସତେଜ କରିଥିବାବେଳେ ଏଭଳି ମିଶ୍ରଣ ପର୍ବ ସେମାନଙ୍କୁ ପୁଣିଥରେ ହତୋତ୍ସାହିତ କରିବାରେ ଲାଗିଛି । ଇତି ମଧ୍ୟରେ କଂଗ୍ରେସର କୌଣସି ସେଲ୍‍ କାର୍ଯ୍ୟ କରୁନାହିଁ । ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ଭଳି ଛାମୁଆ ସଂଗଠନ ଏକ ପ୍ରକାର ମୁରବୀ ବିହୀନ ଅବସ୍ଥାରେ । ଅନ୍ୟ ସେଲ୍‍ର ଅବସ୍ଥା ବି ସେଇଆ । ସଭ୍ୟ ସଂଗ୍ରହ ଅଭିଯାନ କ୍ଷେତ୍ରରେ ବିଜେଡି ଓ ବିଜେପି ଠାରୁ କଂଗ୍ରେସ ଢେର ପଛରେ ପଡିଛି । ତେଣୁ ଏଭଳି କ୍ଷେତ୍ରରେ ଦଳୀୟ ସଂଗଠନକୁ ସଜାଡି ମଝବୁତ କରିବା ବଦଳରେ ଅନ୍ୟ ଦଳର ନେତାଙ୍କୁ କିଛି ନବୁଝି ନସୁଝି ଆଣି ଦଳରେ ମିଶାଇଦେବା ଏବେ ଅନେକଙ୍କୁ ଆ୧⁄୨ର୍ଯ୍ୟ କରିବା ସହିତ ଏହାର କୁପରିଣାମ ଦଳ ଭୋଗିବ ବୋଲି କହି ବୁଲିଲେଣି ।