ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଫିଲ୍ମ ‘ଗୁଡ଼ ନ୍ୟୁଜ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ଫିଲ୍ମର ଏକ ଡାଇଲଗ୍ ପ୍ରୋମୋ ରିଲିଜ୍ ହୋଇଥିଲା। ସେଥିରେ ଅକ୍ଷୟ କୁମାର କିଛି ଏମିତି କହିଦେଇଛନ୍ତି ଯେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଯାଇଛି। ଏବେ ୟୁଜର୍ସ ସୋସିଆଲ ମିଡ଼ିଆରେ ଅକ୍ଷୟ କୁମାରଙ୍କୁ ଟ୍ରୋଲ କରୁଛନ୍ତି।
ତେବେ ଅକ୍ଷୟ କୁମାର ଭଗବାନ ରାମଙ୍କୁ ଗାଳି ଦେଇଥିବାର ଅଭିଯୋଗ ହୋଇଛି। ଟ୍ରେଲରରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି କହୁଛନ୍ତି କି, ତାଙ୍କ ପୁଅର ନାମ ହୋଲା ରାମ ଅଟେ। କାରଣ ସେ ହୋଲି ଦିନ ଜନ୍ମ ହୋଇଛି। ଏଥିରେ ଅକ୍ଷୟ କହୁଛନ୍ତି କି, ଭଲ ହୋଇଛି ଲୋହରି ଦିନ ଜନ୍ମ ହୋଇନି। ଏବେ ଏହି ଡାଇଲଗ୍ ଶୁଣିବା ପରେ ୟୁଜର୍ସ ଲଗାତାର ଭାବେ ଅକ୍ଷୟଙ୍କୁ ଟ୍ରୋଲ କରୁଛନ୍ତି।
ୟୁଜର୍ସଙ୍କ କହିବାନୁସାରେ, ଅକ୍ଷୟ ଭଗବାନ ରାମଙ୍କୁ ଗାଳି ଦେଇଛନ୍ତି। ଅକ୍ଷୟଙ୍କୁ ଟ୍ରୋଲ କରାଯିବା ସହିତ ଟ୍ବିଟରରେ ଅକ୍ଷୟଙ୍କୁ ଗାଳି ଗୁଲଜ କରୁଛନ୍ତି। ଏହା ସହିତ ଜଣେ ୟୁଜର୍ସ କହିଛନ୍ତି ଯେ, ଅକ୍ଷୟ ହିନ୍ଦୁ ସଭ୍ୟତାର ଅପମାନ କରୁଛନ୍ତି।
