ରାଜସ୍ଥାନ : ଆଜି ଅବସର ନେବ କାରଗିଲ ହିରୋ ଯୁଦ୍ଧ ବିମାନ ମିଗ୍-୨୭ । ୭ଟି ମିଗ୍-୨୭ ବିମାନ ଆଜି ରାଜସ୍ଥାନ ଜୋଧପୁର ଏୟାରବେସ୍ରେ ଶେଷ ଉଡାଣ ଭରିବ । ମିଗ୍-୨୭ ୪୦ ବର୍ଷ ଧରି ବାୟୁସେନାରେ ଥିଲା ସାମିଲ ।
୧୯୯୯ ମସିହା କାରଗିଲ୍ ଯୁଦ୍ଧରେ ଗୁରୁତ୍ୱ ଭୁମିକା ଗ୍ରହଣ କରିଥିଲା । କାରଗିଲ ଯୁଦ୍ଧରେ ଭାରତ ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇଥିଲା ମିଗ୍-୨୭ । ଅବସର ପରେ ଇତିହାସ ହୋଇ ରହିଯିବ ମିଗ୍-୨୭ । କାରଣ ଅନ୍ୟ କୌଣସି ଦେଶ ପାଖରେ ମିଗ୍-୨୭ ବିମାନ ସେବା ନାହିଁ ।