Odia News Portal

କାଜାଗସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା

କାଜାଗସ୍ତାନରେ ୯୫ ଜଣ ଯାତ୍ରୀ ଏବଂ ୫ ଜଣ ବିମାନ କର୍ମଚାରୀ ଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଜାଗସ୍ତାନର ଅଲଟାମାଟିରେ ଘଟିଛି ଏହି ଦୁଃଖଦ ଘଟଣା। ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି କ୍ରାସ ହୋଇଛି। ସୂଚନା ଅନୁଯାୟୀ ଅଲଟାମାଟି ଏୟାରପୋର୍ଟରେ ଟେକ ଅଫ୍‌ କରିବା ସମୟରେ ଏକ ଦୁଇ ମହଲା କୋଠା ସହ ଧକ୍କା ହୋଇଥିଲା।

ଫଳରେ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନଟି କଜାଗସ୍ତାନର ରାଜଧାନୀ ନୁର୍-ସୁଲତାନ୍ ଯାଉଥିବା କଥା କୁହାଯାଉଥିଲା ଠିକ୍‌ ଏହି ସମୟରେ ଏହି ଦୁର୍ଘଟଣା ହୋଇଥିଲା। ସୂଚନା ଅନୁଯାୟୀ ଆଜି ସକାଳ ୭ଟା ୨୨ ମିନିଟ ସମୟରେ ବିମାନଟି ନିଜର ସନ୍ତୁଳନ ହରାଇବସିଥିଲା। ଯାହାପରେ ଏଭଳି ଏକ ବଡ ଦୁର୍ଘଟଣା ଘଟିଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି।