Odia News Portal

ନକଲି ସିଆରପିଏଫ ଅଫିସର ଗିରଫ

ଫିରିଙ୍ଗିଆ : ଜଣେ ନକଲି ସିଆରପିଏଫ ଅଫିସର ଗିରଫ । ଫିରିଙ୍ଗିଆ ଅଞ୍ଚଳର ଦୁଖିଶ୍ୟାମ ଡିଗଲ ଦୀର୍ଘ ଦିନ ହେବ ସିଆରପିଏଫ ଅଫିସର ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଥିଲା । କିଛି ଦିନ ତଳେ କ ନୂଆଗାଁ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ମଧ୍ୟ କରିଥିଲା ।

ଦୁଇ ବାଇକ୍‌ ଲୁଟ ଘଟଣାରେ ମଧ୍ୟ ତାର ସମ୍ପୃକ୍ତି ରହିଥିଲା । ତାକୁ ଆଜି କ ନୂଆଗାଁ ପୋଲିସ ଗିରଫ କରିଛି । ତାଠାରୁ ସିଆରପିଏଫ ଡ୍ରେସ, ମୋବାଇଲ ଫୋନ, ଏଟିଏମ କାର୍ଡ ଜବତ କରାଯାଇଛି ।