Odia News Portal

ଅଶ୍ଳୀଳ ଚ୍ୟାଟରେ ଫସିଲେ ପାକିସ୍ତାନ ରେଳ ମନ୍ତ୍ରୀ

ପାକିସ୍ତାନର ସୋସିଆଲ ମିଡିଆ ଷ୍ଟାର ହରିମ୍ ଶାହ ଗତ ଗୁରୁବାର ରେଳ ମନ୍ତ୍ରୀ ରଶିଦ ଶେଖଙ୍କ ସହ ଭିଡିଓ କଲର ଏକ ଫୁଟେଜ ସେୟାର କରିଛନ୍ତି। ରେଳ ମନ୍ତ୍ରୀ ଶେଖ ରଶିଦ ତାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିବାର ସେ ଅଭିଯୋଗ କରିଛନ୍ତି। ଶେଖ ରଶିଦ ସବୁବେଳେ ନିଜର ବିବାଦୀୟ ବୟାନ ଏବଂ ଭାରତକୁ ଯୁଦ୍ଧ ଧମକ ଦେବାପାଇଁ ଚର୍ଚ୍ଚାରେ ରୁହନ୍ତି।

ସୋସିଆଲ ମିଡିଆରେ ଟିକଟକ୍ ଷ୍ଟାର ହରିମ ଶାହ ଏବଂ ରଶିଦ ଶେଖଙ୍କ ଭିଡିଓ କଲରେ କଥାବାର୍ତ୍ତାର ଫୁଟେଜ ଭାଇରାଲ ହେଉଛି। ସେ ଏଥିରେ କହୁଛନ୍ତି, ‘ମୁଁ ଏବେ ଯାଏଁ କ’ଣ ଆପଣଙ୍କର କିଛି ରାଜର ଖୁଲାସା କରିଛି ତେବେ ଆପଣ ମୋ ସହ କଥା କାହିଁକି ହେଉ ନାହାନ୍ତି।’ ରଶିଦ ଉତ୍ତରରେ କହୁଛନ୍ତି ଯେ ‘ତୁମକୁ ଯାହା କରିବାର ଅଛି କର’। ଏହା ପରେ ରେଳ ମନ୍ତ୍ରୀ ଶେଖ ରଶିଦଙ୍କୁ ସେ କହୁଛନ୍ତି, ‘ଆପଣ କ’ଣ କହିବାକୁ ଚାହୁଁଛନ୍ତି? ସେହି ନ୍ୟୁଡ ଭିଡିଓଗୁଡ଼ିକ କ’ଣ ଥିଲା ଯାହା ଆପଣ ମୋତେ ପଠାଉଥିଲେ,ଆପଣ ସେଗୁଡ଼ିକ ବିଷୟରେ ଭୁଲିଗଲେ କି?’

ଯେତେବେଳେ ହରିମ ତାଙ୍କୁ ଏକଥା କହୁଛନ୍ତି ସେତେବେଳେ ସେ ମଝିରେ କଲ୍ କାଟୁଛନ୍ତି। କିନ୍ତୁ ଏହି ଭିଡିଓ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ। ଏହା ପରେ ହରିମ୍ ଟ୍ବିଟ୍ ଡିଲିଟ୍ କରି ଦେଇଥିଲେ ଏବଂ ନିଜ ଆକାଉଣ୍ଟରୁ ଏକ ଭିଡିଓ ମ୍ୟାସେଜ ପୋଷ୍ଟ କରିଥିଲେ ଏବଂ କହିଥିଲେ ଯେ କାହାକୁ ବଦନାମ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ହରିମ୍ କହିଥିଲେ,‘ଯେଉଁମାନେ ମୋ ପଛରେ ପଡ଼ିଛନ୍ତି,ସେମାନେ ଦୟା କରି ତାଙ୍କୁ ମୁକ୍ତି ଦିଅନ୍ତୁ,ତାଙ୍କ ପାଖରେ ଆହୁରି ଅନେକ ଜିନିଷ କରିବାର ଅଛି’।

ପାକିସ୍ତାନରେ ହରିମ ଶାହ ହ୍ୟାଶଟ୍ୟାଗ୍ ଟ୍ରାପ୍ ଟ୍ରେଣ୍ଡ କରିବାକୁ ଲାଗିଥିଲା। ପୂର୍ବରୁ ହରିମ ଶାହଙ୍କ ଶେଖ ରଶିଦଙ୍କ ସହ ଏକ ସେଲଫି ଖୁବ୍ ଭାଇରାଲ ହୋଇଥିଲା।