ଭୁବନେଶ୍ୱର : ରାଜଭବନ ପରିସରରେ ଥିବା ଉଦ୍ୟାନ ଆଗାମୀ ୫ ରୁ ୧୯ ତାରିଖ ପର୍ୟ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରଖାଯିବ। ଏ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମତି ପ୍ରଦାନ କରିଛନ୍ତି। ସାଧାରଣ ଦର୍ଶକମାନେ ଶନିବାର ଓ ରବିବାର ମଧ୍ୟ ଅପରାହ୍ନ ୨ଟା ୩୦ ଠାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ରାଜବଭନ ଉଦ୍ୟାନରେ ବୁଲି ପାରିବେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୨୦୨୦ ଜାନୁଆରି ୬ ଠାରୁ ୨୧ ପର୍ୟ୍ୟନ୍ତ ରାଜଭବନ ଉଦ୍ୟାନ ବୁଲି ପାରିବେ। ରବିବାର ବ୍ୟତୀତ ପିଲାମାନେ ପୂର୍ବାହ୍ନ ୮ଟା ୩୦ରୁ ଦିନ ୧୦ଟା ଯାଏଁ ବୁଲିପାରିବେ। ଏଥି ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରାଜ୍ୟପାଳଙ୍କ ଏଡିସି ଅଥବା ରାଜଭବନ ସୁରକ୍ଷା ବିଭାଗର ଏସିପିଙ୍କୁ ଜଣାଇବାକୁ ହେବ।

