ଭୁବନେଶ୍ବର : ରାଜ୍ୟରେ ଦୁଇ ଦିନ ଧରି ବର୍ଷା ଲାଗି ରହିବା ପରେ ଛାଡି ଯାଇଛି। ବର୍ଷା ଛାଡିବା ପରେ ଆଜିଠୁ ପୁଣି ବଢିବ ଶୀତ। ପ୍ରବଳ ଜାଡରେ ଥରିବ ସାରା ଓଡ଼ିଶା। ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୪ଡିଗ୍ରୀ ଖସିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳେ ରହିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ଥଣ୍ଡା ହେବ। ଏହାସହ କିଛି ସ୍ଥାନରେ ଘନ କୁହୁଡି ଲାଗି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।