Odia News Portal

ପାରାଦୀପ ଗସ୍ତରେ ମୁଖ୍ୟ ଶାସନ ସଚିବ

ପାରାଦୀପ : ଦୁଇ ଦିନିଆ ପାରାଦୀପ ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ପାରାଦୀପ ବନ୍ଦରର ନିଷିଦ୍ଦାଞ୍ଚଳରେ ପହଞ୍ଚିବା ପରେ CISF ଯବାନଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପରେ ପୋତାଶ୍ରୟ ଅଞ୍ଚଳ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ତଦାରଖ କରିଥିଲେ। ଏହାପରେ ସବଷ୍ଟେସନ ଛକ ନିକଟରେ ହୋଇଥିବା ବନ୍ଦର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୧ଲକ୍ଷ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ପରେ ନୂତନ କାରିଗରୀ ଜ୍ଞାନକୌଶଳରେ ନିର୍ମିତ ୨ ମିଲିୟନ ବିଶିଷ୍ଟ ସ୍ୱରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ଦେଖିଥିଲେ। ବିଭିନ୍ନ କାର୍ଯ୍ୟର ସମୀକ୍ଷା ପରେ ବନ୍ଦର ଅଧ୍ୟକ୍ଷ ଓ ଅଦିକାରୀଙ୍କ ସହ ବୈଠକରେ ଯୋଗଦେଇ କାମର ଅଗ୍ରଗତି ସମ୍ପର୍କରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ।