Odia News Portal

ଲୋକସେବା ଭବନରେ କାର୍ଯ୍ୟାକାରୀ ହୋଇପାରୁନି ବଦଳି ନୀତି

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନୀତି ଲାଗୁ ହେଉଥିବାବେଳେ ସଚିବାଳୟ ସେବାର କର୍ମଚାରୀଙ୍କ ପାଇଁ କିନ୍ତୁ କୌଣସି ବଦଳି ନୀତି କାର୍ଯ୍ୟକାରୀ ହେଉନାହିଁ । ପ୍ରତିବର୍ଷ ବରିଷ୍ଠ ଡାକ୍ତର, ମେଡିକାଲ କଲେଜର ପ୍ରଫେସର, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଆଇଏଏସ୍‍, ଆଇପିଏସ୍‍, ଯବୀ ରାଜ୍ୟ ପ୍ରଶାସନିକ ଅଧିକାରୀ ପ୍ରଭୃତିଙ୍କର ସରକାର ବଦଳି କରୁଥିବାବେଳେ ଖୋଦ୍‍ ଲୋକସେବାଭବନର କର୍ମଚାରୀଙ୍କ ବଦଳି କିନ୍ତୁ ୧୫/୨୦ବର୍ଷରେ ବି ଥରୁଟିଏ ହେଉନାହିଁ । ପୂର୍ବରୁ ଅନ୍ୟ କର୍ମଚାରୀଙ୍କ ପରି ଲୋକସେବାଭବନ କର୍ମଚାରୀଙ୍କ ପାଇଁ ମଧ୍ୟ ୬ବର୍ଷିଆ ବଦଳି ଆଇନ୍‍ ଥିଲା । କିନ୍ତୁ ଏ
ନିୟମ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ । କର୍ମଚାରୀମାନେ ଗୋଟିଏ ଗୋଟିଏ ବିଭାଗରେ ଲଗାତାର ଭାବେ ୧୫/୨୦
ବର୍ଷ ଧରି ରହିଲେ । ଏପରିକି ସେମାନଙ୍କର ଶାଖାରେ ମଧ୍ୟ ପରିବର୍ତ୍ତନ କରାଯାଇ ପାରୁନଥିଲା ।
୨୦୦୫ ମସିହାରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ୨୦୦୫ ବର୍ଷରୁ ୨୦୦୮ ବର୍ଷ ମଧ୍ୟରେ ଚାରିଥର ଯଥାକ୍ରମେ ୧୫ବର୍ଷିଆ, ୧୪ ବର୍ଷିଆ, ୧୩ ବର୍ଷିଆ ଓ ୧୨ ବର୍ଷିଆ ବଦଳି କରାଗଲା । ହେଲେ ୨୦୦୯ ବର୍ଷରୁ ବିଭିନ୍ନ ଆଳଦେଖାଇ ବଦଳି ଆଉ କରାଗଲା ନାହିଁ । ପ୍ରଶାସନର ଅନିଚ୍ଛା ସାଙ୍ଗକୁ ସେବା ସଂଘର ଚାପ ଓ କର୍ମଚାରୀଙ୍କ ବିରୋଧ ଏଥିପାଇଁ ଦାୟୀ ବୋଲି କେତେକ କର୍ମଚାରୀ ମତ ଦେଉଛନ୍ତି । ବତ୍ତର୍ମାନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୃହ ବିଭାଗର ଦାୟିତ୍ୱରେ ଥିବାବେଳେ ୨୦୧୭ ମସିହାରେ ସଚିବାଳୟ ସେବାର କର୍ମଚାରୀଙ୍କ ପାଇଁ ଏକ ସ୍ୱତବ ବଦଳି ନୀତି ପ୍ରଣୟନ କରିଥିଲେ । ଏଥିରେ ଉଲ୍ଲେଖ କରାଗଲା ଯେ କୌଣସି କର୍ମଚାରୀ ଗୋଟିଏ ବିଭାଗରେ ୧୦ବର୍ଷରୁ ଅଧିକ ସମୟ ଓ ଗୋଟିଏ ଶାଖାରେ ୬ବର୍ଷରୁ ଅଧିକ କାଳ ରହିପାରିବେ
ନାହିଁ । ଶ୍ରୀ ତ୍ରିପାଠୀ ନିଜ ହାତରେ ପ୍ରସ୍ତୁତ କରିଥିବା ଆଇନ୍‍କୁ ଥରେ ମାତ୍ର କାର୍ଯ୍ୟକାରୀ କରିପାରିଲେ । କିନ୍ତୁ ଆ୧⁄୨ର୍ଯ୍ୟର କଥା
ହେଲା କିଛି କର୍ମଚାରୀ ଧରାଧରି କରି ନିଜ ପସନ୍ଦିଆ ବିଭାଗକୁ ଗଲେ ତ ଆଉ କିଛି କର୍ମଚାରୀ ପରସ୍ପର ମଧ୍ୟରେ ବିଭାଗ
ବଦଳାଇବାରେ ସକ୍ଷମ ହେଲେ । କିଛି କର୍ମଚାରୀ ତ କେବଳ ପୂର୍ତ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର
କଲ୍ୟାଣ ଆଦି ବିଭାଗରେ ଏପଟ ସେପଟ ହୋଇଗଲେ । ହେଲେ ଗୃହ ବିଭାଗ ସଚିବ ଥିବାବେଳେ ଶ୍ରୀ ତ୍ରିପାଠୀ ପ୍ରସ୍ତୁତ କରିଥିବା
ବଦଳି ନୀତି ୨୦୧୮ ଓ ୨୦୧୯ ରେ ଆଉ ପାଳନ କରାଗଲା ନାହିଁ ।
ଆଜି ବି ଗୋଟିଏ ଗୋଟିଏ ବିଭାଗରେ ୧୨/୧୫ ବର୍ଷ ଧରି ଲଗାତାର ଭାବେ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି । ଏପରିକି କିଛି କର୍ମଚାରୀ ଗୋଟିଏ ଚଉକିରେ ଚାକିରି ଜୀବନର
ଅଧା କାଟି ସାରିଲେଣି । ଏ କ୍ଷେତ୍ରରେ ନା ନୀତି କାମ କରୁଛି ନା ବିଧାନଭାକୁ ଦେଇଥିବା ପ୍ରତିଶ୍ରୁତି ପାଳନ ହେଉଛି । ୫-ଟି ବା ମୋ ସରକାରର ଛାଟ ମଧ୍ୟରେ ଏଠାରେ ପଡୁନାହିଁ । ଅନ୍ୟ ପକ୍ଷରେ ର୍କମଚାରୀମାନେ ମଧ୍ୟ ବଦଳିକୁ ବିରୋଧ କରୁଛନ୍ତି । ଅନେକ ସମୟରେ ପ୍ରିୟାପ୍ରୀତି ପାଇଁ ସଂଘ ମଧ୍ୟ ବଦଳି ବନ୍ଦ ଲାଗି ଚାପ ପକାଇଥିବା ଅଭିଯୋଗ ହେଉଛି । କିନ୍ତୁ ପ୍ରଶାସନରେ ସ୍ୱଚ୍ଛତା ପାଇଁ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ବଦଳି ଆବଶ୍ୟକ ବୋଲି ବହୁ ପୁରୁଖା କର୍ମଚାରୀ ମତ ଦେଉଛନ୍ତି । ତେଣୁ ୨୦୧୭ ରେ ପ୍ରସ୍ତୁତ ହୋଇଥିବା ବଦଳି ନୀତିକୁ ତୁରନ୍ତ ଲୋକସେବା ଭବନରେ କାର୍ଯ୍ୟକାରୀ କରିବାପାଇଁ କର୍ମଚାରୀ ମହଲରେ ମତପ୍ରକାଶ ପାଉଛି । ଏହାଦ୍ୱାରା ଯୁବ କର୍ମଚାରୀମାନଙ୍କ କାର୍ଯ୍ୟ ଶିକ୍ଷିବାରେ ମଧ୍ୟ ଏହା ସହାୟକ ହୋଇପାରିବ ।