Odia News Portal

ମଶାଣି ସଫା କଲେ ବିଧାୟକ

ସୁନ୍ଦରଗଡ: ମଶାଣି ସଫା କଲେ ବିଧାୟକ । ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ମଶାଣିକୁ ସଫା କରିଛନ୍ତି ତଲସରା ବିଧାୟକ ଭବାନୀ ଭୋଇ । ସୁନ୍ଦରଗଡ ରାଣୀ ବଗିଚା ନିକଟରେ ଥିବା ମଶାଣିରେ ସବୁଦିନ ଶବଦାହ କରାଯାଉଛି । ହେଲେ ସଫେଇ ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି ।

ଏମିତିକି ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନଥିଲା । ଶେଷରେ ବିଧାୟକ ନିଜେ ଝାଡୁ ଓ କୋଦାଳ ଧରି ମଶାଣିକୁ ସଫା କରିଛନ୍ତି । ବିଧାୟକଙ୍କ ସହ କିଛି ସମର୍ଥକ ମଧ୍ୟ ସାମିଲ ଥିଲେ ।