ଯାଜପୁର ରୋଡ : ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣା ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ ସିଂ ମୀନା ବାଳାଶ୍ରମର ଅନାଥ ଶିଶୁ ମାନଙ୍କ ସହ ନିଜର ଜନ୍ମଦିନ ମନାଇବାକୁ ଶ୍ରି ମୀନା ସନ୍ଧ୍ୟାରେ ବାଳାଶ୍ରମରେ ସପରିବାରେ ପହଂଚି ପିଲା ମାନଙ୍କ ସହ ସମୟ ଅତିବାହିତ କରିବା ସହ କେକ ମଧ୍ଯ କାଟିଥିଲେ।
ଶିଶୁ ମାନଙ୍କୁ ମିଷ୍ଟାନ୍ନ ଓ ଚକୋଲେଟ୍ ବଣ୍ଟନ କରିବା ସହ ନିଜ ଭଳି ସେମାନଙ୍କ ଜନ୍ମ ଦିନ ସେ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ମନ ଦେଇ ପାଠ ପଢିବାକୁ ପରାମର୍ଶ ଦେଇଥିଲେ ।