Odia News Portal

୧୩ ଜଣ ଗାୟବ ଘଟଣା : ୭ ବାଳିକା ଉଦ୍ଧାର, ୩ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର : ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ୧୩ ଅନ୍ତେବାସୀ ଗାୟବ ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ବାଳିକାଙ୍କୁ ଉଦ୍ଧାର କରାଯାଇଛି। ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଉଦ୍ଧାର କରାଯିବା ବୋଲି ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ କହିଛନ୍ତି ।

ତେବେ ଆଶ୍ରମର ତିନିଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଭୁବନେଶ୍ବର, ଚିକିଟି ନୂଆଗାଆଁ ଏବଂ ଜଗନ୍ନାଥ ପ୍ରସାଦ ଅଞ୍ଚଳରୁ ୭ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ପିଲାମାନେ ନିଜ ନିଜ ଭିତରେ ଗଣ୍ଡଗୋଳ କରି ପାଚେରୀ ଡେଇଁ ପଳାଇଥିଲେ। ଏ ସଂପର୍କରେ ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ପରେ ଆଶ୍ରମର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ଏହା ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଏହି ବାଳାଶ୍ରମରୁ ୧୩ଜଣ ଝିଅ କୁଆଡ଼େ ଉଭାନ୍‌ ହୋଇଯାଇଛନ୍ତି। ହେଲେ ଜାଣିପାରିଲେନି ବାଳାଶ୍ରମ କର୍ତ୍ତୃପକ୍ଷ । ଆଉ ଯେତେବେଳେ ଜାଣିଲେ ସେତେବେଳେ ଗୋସାଣି ନୂଆଗାଁ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଆଉ ଜିଲ୍ଲା ପ୍ରଶାସନକୁ ଏକଥା ଜଣାଇଦେଇ ଚୁପ୍‌ ବସିପଡ଼ିଥିଲେ ଆଶ୍ରମ ସୁପରିନ୍‌ଟେଣ୍ଡେଣ୍ଟ୍‌