Odia News Portal

ଭାରତ ବନ୍ଦରେ କଂଗ୍ରେସର ହତାଶିଆ ପ୍ରଦର୍ଶନ

ଭୁବନେଶ୍ୱର : ଭାରତ ବନ୍ଦ ଡାକରା ପୁଣିଥରେ କଂଗ୍ରେସର ସ୍ୱର୍ଗତ ନେତା ଲୁଲୁ ମହାପାତ୍ରଙ୍କୁ ମନେ ପକାଇ ଦେଇଛି । କଂଗ୍ରେସ କର୍ମୀମାନେ ଆଜି ମନେ ମନେ ଲୁଲୁଙ୍କୁ ଝୁରି ହୋଇଛନ୍ତି । ଲୁଲୁ ଭାଇ ଥିଲେ କଂଗ୍ରେସ ଆଜି ଏଭଳି ହତାଶିଆ ବନ୍ଦ କରିନଥାନ୍ତା ବୋଲି ମଧ୍ୟ କେତେକ ଖୋଲାଖୋଲି କହିବାକୁ ପଛାଉ ନାହାନ୍ତି । ବାମପନ୍ଥୀ ଦଳ ଗୁଡିକ ବନ୍ଦ ଡାକରା ଦେଇଥିବାବେଳେ କଂଗ୍ରେସ ସେଥିରେ ସାମିଲ ହୋଇଥିଲା । ସାରା ଦେଶରେ କଂଗ୍ରେସ କର୍ମୀମାନେ ଭାରତ ବନ୍ଦ କରିବାକୁ ରଣହୁଙ୍କାର ଦେଇଥିଲେ । ଜୋରଦାର ପ୍ରଚାର ବି କରିଥିଲେ । ତଦନୁଯାୟୀ ଓଡିଶା କଂଗ୍ରେସ ବି ଘନ ଘନ ସାମ୍ବାଦିକ ସ୧ିଳନୀ କରି ବନ୍ଦ ପାଇଁ ଆହ୍ୱାନ ଦେଇଥିଲା । ହେଲେ ଆଜି ବନ୍ଦ ବେଳେ କଂଗ୍ରେସ କର୍ମୀମାନେ ଯେଭଳି ହତାଶିଆ ପ୍ରଦର୍ଶନ କଲେ ତାହା ପୂର୍ବରୁ କେବେ ଦେଖିବାକୁ ମିଳନଥିଲା । ଫଟୋ ଉଠାଇବା ପାଇଁ କିଭଳି ପୁଲିସ୍‍ ହାତରେ ଗିରଫ ହେବେ ସେଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଚଳାଇଥିଲେ ।
ପୁଲିସ୍‍ ଇସାରା ଦେବାମାତ୍ରେ ଟିଭି କ୍ୟାମେରା ଆଗରେ ପୋଜ୍‍ ଦେଇ ପୁଲିସ୍‍ ଗାଡିକୁ ଚଢିଥିଲେ । ଆଜି ଭାରତ ବନ୍ଦ ଯୋଗୁଁ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ସକାଳ ସାଢେ ୯ଟା ସୁଦ୍ଧା ଆସି ଅଫିସରେ ପହଞ୍ଚିବାକୁ କହିଥିଲେ । କାଳେ ବିରୋଧ ହେବ ସେଥିପାଇଁ ଲୋକସେବା ଭବନ ସ୧ୁଖରେ ପୁଲିସ୍‍ ଛାଉଣି ହୋଇଥିଲା । ଗଣମାଧ୍ୟମ ବି ପ୍ରସ୍ତୁତ ହୋଇ ରହିଥିଲେ । ହେଲେ କାହାର ଦେଖାଦର୍ଶନ ନଥିଲା । କଂଗ୍ରେସ କର୍ମୀ ତ ଦୂରରକଥା ନେତାମାନେ ବି ଦେଖାଦେଇନଥିଲେ । ଏଜି ଛକ କିମ୍ବା ଲୋକସେବା ଭବନ ଆଖପାଖରେ ବିରୋଧ ନଥିବାରୁ କର୍ମଚାରୀମାନେ ଖୁସି ମନରେ ଦପ୍ତରକୁ ଆସିଥିଲେ । ବାବୁମାନେ ନିଜ ନିଜ ସରକାରୀ କାରରେ ଆସିଥିବାବେଳେ ସେମାନଙ୍କୁ କେହି ଅଟକାଇ ନଥିଲେ । କଂଗ୍ରେସର ବଡ ନେତାମାନେ ସଜବାଜ ହୋଇ ଆସିଲା ବେଳକୁ କର୍ମଚାରୀମାନେ ଦପ୍ତରରେ ପହଞ୍ଚି ସାରିଥିଲେ । ନେତାଙ୍କ ଏଭଳି ହାବଭାବ ଦେଖି ବନ୍ଦ ସଫଳ ପାଇଁ ପ୍ରସ୍ତୁତ ହୋଇ ରହିଥିବା କର୍ମୀମାନେ ହତାଶ ହୋଇଥିଲେ । ମନେ ମନେ ନେତାଙ୍କୁ ବହେ ଗାଳି ଦେଇଥିଲେ । ହେଲେ କେହି କିଛି କହିପାରିନଥିଲେ । କିଛି କର୍ମୀ କିନ୍ତୁ ମନଖୋଲି କହିଥିଲେ ଯେ ଆଜି ଯଦି ଲୁଲୁ ଭାଇ ଥାଆନ୍ତେ ତେବେ ବନ୍ଦ କେମିତି ହୁଏ ସରକାରୀକଳ ଦେଖିଥାନ୍ତା ।
ରାସ୍ତାରେ ଛାତି ଫୁଲେଇ ସରକାରୀ ବାବୁମାନେ ଯିବାକୁ ସାହସ କରିନଥାନ୍ତେ । ଅତୀତରେ ଲୁଲୁଭାଇ ଥିବାବେଳେ ଯେତେ ଆନ୍ଦୋଳନ ହେଉଥିଲା ସେତେବେଳେ କଂଗ୍ରେସ ଟୋକାମାନେ ଆଗରେ ଥିବାବେଳେ ଆଜି କମ୍ୟୁନିଷ୍ଟଙ୍କ ପଛରେ ଲୁଚି ଗଲେଣି । କିଛି କର୍ମୀ କଂଗ୍ରେସ ନେତାଙ୍କୁ ବି ଗାଳିଦେବାକୁ ପଛାଇ ନଥିଲେ । ଖୋଲା ଖୋଲି କହିଥିଲେ ଯେ ଆମେ ବନ୍ଦ ସଫଳ
ପାଇଁ ଆସିଲା ବେଳକୁ ବଡ ନେତାଏ ଖାଲି ଫଟୋ ଇଠାଇବା ଚକ୍କରରେ ଅଛନ୍ତି । ରାସ୍ତାରେ ତଳେ ବସିବାକୁ ଏମାନଙ୍କର
ସାହସ ନାହିଁ । ସରକାରଙ୍କ ବିରୁଦ୍ଧରେ ଯିବାକୁ ଦଶଥର ଚିନ୍ତା କରୁଛନ୍ତି । ଦିଲ୍ଲୀର ବିଜେପି ନେତାଙ୍କ ଠାରୁ ଆରମ୍ଭ କରି
ଓଡିଶାର ବିଜେଡି ନେତାଙ୍କ ପର୍ଯ୍ୟନ୍ତ ସବୁଥିରେ ଲଟପଟ ହେଉଛନ୍ତି ।
ତେଣୁ ଆଜି ଭାରତ ବନ୍ଦରେ ଏଭଳି ଦଶା ଦେଖିବାକୁ
ପଡିଲା । ତେବେ କଂଗ୍ରେସର ବଡ ବଡ ନେତାମାନେ ଆଜି କ୍ୟାମେରା ଆଗରେ ମୁହଁ ଦେଖାଇବାପାଇଁ ପ୍ରତିଯୋଗିତା
ଚଳାଇଥିବାବେଳେ କର୍ମୀମାନେ କିନ୍ତୁ ମନେ ମନେ ଲୁଲୁ ମହାପାତ୍ରଙ୍କୁ ଝୁରି ହେଉଥିଲେ ।