Odia News Portal

ବିଜେପି ସଭାପତିଙ୍କ ନାମରେ କଟିଲା ଚାଲାଣ

ନବରଙ୍ଗପୁର : ନବରଙ୍ଗପୁରର ବାଇକ୍‌, ଝାରସୁଗୁଡାରେ କଟିଲା ଫାଇନ୍‌ ଚାଲାଣ । ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତିଙ୍କ ନିଟକକୁ ଆସିଛି ଏଭଳି ମେସେଜ୍‌ । କାହ୍ନୁ ଦାଶ ବାଇକ ନେଇ କେବେ ଝାରସୁଗୁଡା ଯାଇନାହାନ୍ତି । ହେଲେ ତାଙ୍କ ପାଖକୁ ଆସିଛି ୫୦୦ ଟଙ୍କାର ଫାଇନ୍‌ ମେସେଜ୍‌ ।

ତାଙ୍କ ଗାଡିଟି ଖରାପ ହୋଇ ପଡିଛି । ଏତେବାଟ ଗାଡି ଯିବା ସ୍ଥିତିରେ ବି ନାହିଁ । ଏହାସତ୍ତ୍ୱେ କେମିତି ଫାଇନ କଟିଲା, ତାକୁ ନେଇ ସେ ଚିନ୍ତାରେ । ଏହି ଗାଡି ନମ୍ବରରେ ହୁଏତ ଆଉ କୌଣସି ଥାଇପାରେ ବୋଲି ପୋଲିସକୁ ସୂଚନା ଦେଇଛନ୍ତି ।