Odia News Portal

୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

କନ୍ଧମାଳ: ଗାଁକୁ ଆସିପାରିଲାନି ଆମ୍ବୁଲାନ୍‌ସ। ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ସୁସାଭଟା ଗାଁରେ ଦେଖିବାକୁ ମିଳିଛି ଏହି କରୁଣ ଦୃଶ୍ୟ।

ଗାଁର କୃଷ୍ଣ ମାଝିଙ୍କ ସ୍ତ୍ରୀ ନିୟମ ଦେଇ ମାଝିଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ ପରିବାରଲୋକ। ହେଲେ ଆମ୍ବୁଲାନ୍‌ସ ଖରାପ ଥିବା କହି ଡାକ୍ତରଖାନା ପକ୍ଷରୁ ଗାଡି ପଠାଯାଇନଥିଲା।