Odia News Portal

ଡକାୟତି ଯୋଜନାବେଳେ ଚଢଉ କଲା ପୋଲିସ, ୬ ଗିରଫ

ବ୍ରହ୍ମପୁର :  ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ଚଢାଉ । ଡକାୟତି ଯୋଜନା ସମୟରେ ଜାତୀୟ ରାଜପଥ ୧୫୭ ସୋମନାଥପଲ୍ଲୀ ଢାବା ନିକଟରେ ଚଢାଉ କଲା ଗାଙ୍ଗପୁର ପୋଲିସ । ଶନିବାର ସକାଳେ ଚଢାଉ କରି ୬ ଜଣଙ୍କୁ ଗିରଫ କଲା ପୋଲିସ ।

ସେମାନଙ୍କ ନିକଟରୁ ୪ଟି ଜୀବନ୍ତ ବୋମା,  ଗୋଟିଏ ଖଣ୍ଡା,  ଗୋଟିଏ କାତି,  ତିନି ପ୍ଯାକେଟ୍ ଲଙ୍କା ଗୁଣ୍ଡ,  ଦୁଇଟି ମୋଟରସାଇକେଲ,  ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ ।