ଜମ୍ମୁ କଶ୍ମୀର କୁଲଗାମରେ ଦୁଇ ଆତଙ୍କବାଦୀଙ୍କ ସହ ଡିଏସ୍ପି ଗିରଫ । ଆତଙ୍କବାଦୀଙ୍କୁ ନିଜ ଗାଡିରେ ନେବା ଅଭିଯୋଗରେ ଗିରଫ କରାଯାଇଛି । ଗାଡ଼ି ଭିତରୁ ଆତଙ୍କବାଦୀ ସଂଗଠନର ହିଜିବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ନଭିଦ ଓ ତାର ସହଯୋଗୀ ଆସିଫ୍କୁ ଗିରଫ କରାଯାଇଛି । ଏହା ସହ ଡିଏସ୍ପିଙ୍କ ଗାଡ଼ିରୁ ୫ଟି ଗ୍ରେନେଡ୍ ଜବତ ହୋଇଛି ।
ଏହା ପରେ ଡିଏସ୍ପିଙ୍କ ଘରେ ଚଢାଉ କରାଯାଇଥିଲା । ତାଙ୍କ ଘରୁ ଦୁଇଟି ଏକେ-୪୭ ଜବତ କରାଯାଇଛି । ଆତଙ୍କବାଦୀଙ୍କ ସହ ଧରାପଡ଼ିଥିବା ଡିଏସ୍ପି ଦେବିନ୍ଦର ସିଂହ ବିମାନବନ୍ଦର ସିକ୍ୟୁରିଟିରେ ମୁତୟନ ଥିଲେ । ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଡିଏସ୍ପି ଆତଙ୍କବାଦୀଙ୍କୁ ଘାଟିରୁ ବାହାରକୁ ନେଇ ଯାଉଥିଲେ । ଦକ୍ଷିଣ କଶ୍ମୀର ଡିଆଇଜିଙ୍କ ନେତୃତ୍ୱରେ ଡିଏସ୍ପିଙ୍କୁ ଗିରଫ କରାଯାଇଛି ।