ଦିଦିଙ୍କ ଗଡରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ସିଏଏ ନାଗରିକତା ଦେବାର ଆଇନ ଛଡାଇବାର ନୁହେଁ। ହାୱଡାସ୍ଥିତ ବେଲୁର ମଠରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କାର୍ଯ୍ୟକ୍ରମରେ ୫ରୁ ୬ ହଜାର ଯୁବକ ସାମିଲ ହୋଇଛନ୍ତି । ଏହି ଅବସରରେ ଯୁବପିଢୀଙ୍କୁ CAA ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଯୁବପିଢ଼ୀଙ୍କଠୁ ବିଶ୍ୱ ବହୁତ କିଛି ଆଶା ରଖିଛି। ନାଗରିକତା ଆଇନକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଛି।
ସରକାର ରାତାରାତି ନିୟମ ଆଣିନାହାନ୍ତି। ନାଗରିକତା ଛଡ଼ାଇବାକୁ ନୁହେଁ ବରଂ CAA ଦେବାକୁ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ କୋଲକାତା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ରାମକୃଷ୍ଣ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ହାଓ୍ଵଡା ରବୀନ୍ଦ୍ର ସେତୁରେ ଲାଇଟ୍ ଆଣ୍ଡ ସାଉଣ୍ଡ ପ୍ରକଳ୍ପର ଉଦଘାଟନ କରିଥିଲେ ।