ଭୁବନେଶ୍ୱର : ସେବା ଓଲଟାଇ ଲେଖିଲେ ବାସେ ବା ବାସନା ହୁଏ । ଶ୍ରୀ ସାଇ ସେବା କରିବା ଦ୍ୱାରା ଆଜି ସାରା ଭାରତବର୍ଷରେ ବାସୁଛନ୍ତି । ତାଙ୍କର ଗୁଣ ଦର୍ଶନକୁ ଅନୁସରଣ କରି ଆଜି ଅନେକ ଭକ୍ତ ସୃଷ୍ଟି ହୋଇଛନ୍ତି । ତାଙ୍କର ମଣିଷଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ଆପଣେଇବାକୁ ଅତିଥି ତଥା ସାଇଭକ୍ତମାନେ କହିଥିଲେ ।
ଆଜି ପଟିଆ ଶିରିଡିସାଇ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ନାଗରିକ ଓ ଭିକାରୀ ମାନଙ୍କୁ ୧୦୦୦ କମ୍ବଳ ବାଣ୍ଟିବା ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ହୋମିଓପାଥି ଚିକିା ଓ ମାଗଣା ଔଷଧ ବଣ୍ଟନ, କିମ୍ସ ତରଫରୁ ଡଃ ଗୁଞ୍ଜନ କୁମାର ଓ ପଲ୍ଲବୀ ଦାସଙ୍କ ନେତୃତ୍ୱରେ ଦନ୍ତ ଚିକିା ଶିବିର, କଳିଙ୍ଗ କୁସୁମ ଫାଉଣ୍ଡେସନ ତରଫରୁ ଚକ୍ଷୁ ପରୀକ୍ଷା ସହିତ ମାଗଣା ଚଷମା ବଣ୍ଟନ ଏବଂ ଡାଇବେଟିସ୍ ଓ ରକ୍ତ ପରୀକ୍ଷା ନୀରିକ୍ଷା କରାଯାଇଥିଲା ।
ଏହି ଅବସରରେ ସାଇ ଟ୍ରଷ୍ଟ୍ର ମ୍ୟାନେଜିଂ ଟ୍ରଷ୍ଟି ମିହିର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଅତିଥିମାନଙ୍କ ମଧ୍ୟରେ କିଟ୍/କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, କଳିଙ୍ଗ କୁସୁମ ଫାଉଣ୍ଡେସନ ଅଧ୍ୟକ୍ଷ ସୁଜିତ୍ କୁମାର, ଅଭିନେତା ଅଶ୍ରୁମୋଚନ ମହାନ୍ତି, ସାଇ ପ୍ରବଚକ ପବିତ୍ର ମୋହନ ସାମଲ, ପ୍ରବୀଣ ବାତ୍ରା, ଆକ୍ୟୁବ୍ ଖାନ୍, ରାଜ୍ଦିପ୍ ମହାନ୍ତି ଓ ପାର୍ଥ ବିଶ୍ୱାଳ ପ୍ରମୁଖ ଯୋଗଦେଇ କମ୍ବଳ ବାିବା ସହିତ ଟ୍ରଷ୍ଟର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ବିଦ୍ୱାନ ବ୍ୟକ୍ତି, ସାଇଭକ୍ତ ଉପସ୍ଥିତ ଥିଲେ ।