Odia News Portal

ରାଜ୍ୟରେ କମିଲା ଥଣ୍ଡା, ୧୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂଜାରି

ଭୁବନେଶ୍ବର : ରାଜ୍ୟରେ ଥଣ୍ଡାର ପ୍ରକୋପ ଅଧିକ ନାହିଁ । କିନ୍ତୁ ଦେଖିବାକୁ ମିଳୁଛି କୁହୁଡିର କୋପ । ଭୋରରୁ ସକାଳ ୯-୧୦ ଟା ପର୍ଯ୍ୟନ୍ତ ଧଳା ଚାଦରର ଆସ୍ତରଣରେ ଘୋଡାଇ ହୋଇ ରହୁଛି ପୂରା ପରିବେଶ। ଆଜି ମଧ୍ୟ କୁହୁଡିକୁ ନେଇ ୧୫ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ରାସ୍ତାଘାଟରେ ଯିବା ଆସିବା ମଧ୍ୟ ମୁସ୍କିଲ। ୪୦-୫୦ ମିଟରକୁ ଦୂରକୁ କିଛି ଜଣା ପଡୁନି।

ଦୁର୍ଘଟଣା ଆଶଙ୍କା ବଢି ଯାଉଛି। ଗତକାଲି ଚାନ୍ଦବାଲିରେ ଥିଲା ସବୁଠାରୁ ଲୋ ଭିଜିବିଲିଟି। ୨୫ମିଟର ଦୂରକୁ କିଛି ଦେଖା ଯାଉ ନଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ, ସକାଳୁ ଦେଖିବାକୁ ମିଳିଥିଲା କୁହୁଡ଼ିର ପ୍ରଭାବ।