Odia News Portal

୪୧ତମ ସବଜୁନିୟର ନ୍ୟାସନାଲ ଭଲିବଲ ଚମ୍ପିଅନସିପ ଉଦଘାଟିତ

ଭୁବନେଶ୍ବର, ( ଚକ୍ରଧର ମାଝି ) : ୪୧ତମ ସବଜୁନିୟର ନ୍ୟାସନାଲ ଭଲିବଲ ଚମ୍ପିଅନସିପ- ୨୦୧୯ ଉଦଘାଟିତ । କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଲ କୁମାର ଦେବ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଓଡିଶା ଭଲିବଲ ଆସୋସେସନ ଓ କିଟ ବିଶ୍ୱବିଦ୍ୟାଳୟର ମିଳିତ ପ୍ରୟାସରେ ଆରମ୍ଭ ହୋଇଛି ଏହି କାର‌୍ୟ୍ୟକ୍ରମ । ୨୫ଟି ପୁରୁଷ ଦଳ ଓ ୨୨ଟି ମହିଳା ଦଳ ଏଥିରେ ଭାଗ ନେଉଛନ୍ତି । ଚମ୍ପିଆନସିପରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ପ୍ରତିଯୋଗୀମାନେ ଭାଗ ନେଇଛନ୍ତି । ଫେବୁୟାରୀ ୨୮ ତାରିଖରେ ଏହା ଉଦଯାପିତ ହେବ। ଏଥିରେ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଭଲିିବଲ ଫେଡେରେସନ ଅଫ ଇଣ୍ଡିଆର ଉପସଭାପତି ଆନନ୍ଦ ରାଜନ , ବିଶିଷ୍ଟ ଭଲିବଲ ଖେଳାଳୀ ଶେଖର ବୋଷଙ୍କ ସହ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଅତିଥିମାନଙ୍କୁ ସମ୍ମାନିତ କରିଥିଲେ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତ ଡ.ଅଚ୍ୟୁତ ସାମନ୍ତ ।