Odia News Portal

ଶ୍ରୀଲଙ୍କାରୁ ସୁରକ୍ଷିତ ଭାବେ ଉଦ୍ଧାରହେଲେ ୧୧ ଓଡ଼ିଆ ଶ୍ରମିକ

ଭୁବନେଶ୍ବର : ଶ୍ରୀଲଙ୍କାରେ ଉଦ୍ଧାର ପରେ ଓଡ଼ିଶାକୁ ସୁରକ୍ଷିତ ଭାବେ ଫେରିଲେ ୧୧ ଓଡ଼ିଆ ଶ୍ରମିକ । ଜଣେ ଠିକାଦାରଙ୍କ ପାଖରେ ସେମାନେ ବନ୍ଧକ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ଠିକାଦାରଙ୍କ ନିକଟରୁ ଉଦ୍ଧାର କରାଯାଇଥିଲା ।

ଏହାପରେ ସେମାନେ ସୁରକ୍ଷିତ ଭାବେ ଆଜି ଓଡ଼ିଶା ଫେରି ଆସିଛନ୍ତି । ସୁରକ୍ଷିତ ଭାବେ ଫେରିଥିବାରୁ ଶ୍ରମିକଙ୍କ ପରିବାର ଲୋକ ଖୁସି ପ୍ରକାଶ କରିଛନ୍ତି ।