Odia News Portal

ସୁରତରେ ଏକ ୧୦ମହଲା କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ସୁରତ : ଗୁଜରାଟର ସୁରତରେ ଭୟାବହ ଅଗ୍ନିକାଣ୍ଡ। ଏକ ୧୦ମହଲା କପଡ଼ା ମାର୍କେଟରେ ନିଆଁ ଲାଗିବା ପରେ ଏହା ସମଗ୍ର କୋଠାକୁ ବ୍ୟାପୀ ଯାଇଛି। ନିଆଁକୁ ଆୟତ୍ତ କରିବାକୁ ୫୦ରୁ ଅଧିକ ଦମକଳ ବାହିନୀ ମୂତୟନ ହୋଇଛନ୍ତି। ରଘୁବୀର ଟେକ୍‌ସଟାଇଲ ମାର୍କେଟରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା।

ଚାହୁଁଚାହୁଁ ପୁରା କୋଠାରେ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଓ ପ୍ରବଳ ଧୁଆଁ ଯୋଗୁଁ ନିଆଁକୁ ଆୟତ୍ତ କରିବାରେ ବହୁ ବାଧା ଉପୁଜିଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମଧ୍ୟ ମିଳିପାରିନାହିଁ। କିଛି ଦିନ ତଳେ ଏହି କୋଠାର ନବମ ମହଲାରେ ମଧ୍ୟ ନିଁଆ ଲାଗିଥିଲା।