ଭୁବନେଶ୍ବର : ଆସନ୍ତା ଜାନୁଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ସପ୍ତମ ଅଲ୍ ଓଡିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ ଟେନିସ୍ କମ୍ପ୍ଲେକ୍ସ, ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ସ୍ଥାନୀୟ ହୋଟେଲ ପ୍ରେସିଡେନ୍ସିଠାରେ “ଏସିଇ ଟେନିସ୍ କ୍ଲବ୍” ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରାଯାଇ ବିଧିବଦ୍ଧ ଘୋଷଣା କରାଯାଇଛି ।
ଏହି ଟୁର୍ଣାମେଣ୍ଟ ବୟସ ଅନୁଯାୟୀ ସ୍ଥିରିକୃତ ହୋଇଥିବା ବିଭିନ୍ନ ବର୍ଗରେ ଅନୁଷ୍ଠିତ ହେବ, ଯେଉଁଥିରେ ଇଚ୍ଛୁକ ବ୍ୟକ୍ତିବିଶେଷ ସ୍ଥିର କରାଯାଇଥିବା ଦେୟ ସହ ନିଜର ନାମ ପଞ୍ଜୀକରଣ କରାଇ ଏଥିରେ ଭାଗନେଇପାରିବେ । ଏହି ଅବସରରେ କ୍ଲବ୍ର ସଭାପତି ପ୍ରକାଶ ଚନ୍ଦ୍ର ଭୁରା ଏବଂ ଅଧ୍ୟକ୍ଷ ଡଃ. ବିଶ୍ୱଜିତ ମିଶ୍ର ଏବଂ ଅନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )