Odia News Portal

ସାଟିନ୍ କ୍ରେଡିଟ୍‌କେୟାର ପକ୍ଷରୁ ଓଡ଼ିଶାରେ ମହିଳା ଆର୍ଥିକ ସଶକ୍ତିକରଣ କର୍ମଶାଳା

ଭୁବନେଶ୍ୱର : ଭାରତର ବୃହତ ମାଇକ୍ରୋଫାଇନାନ୍ସ କମ୍ପାନୀ ସାଟିନ୍ କ୍ରେଡିଟ୍‌କେୟାର ନେଟ୍‌ୱର୍କ ଲିମିଟେଡ୍‌(ଏସ୍‌ସିଏନ୍‌ଏଲ୍‌) ଓ ନୋରଡିକ୍ ମାଇକ୍ରୋଫାଇନାନ୍ସ ଇନିସିଏଟିଭ୍‌(ଏନ୍‌ଏମ୍‌ଆଇ)୧୦ ଜଣିଆ ସଦସ୍ୟଙ୍କ ସହ ମିଶି ଭାରତର ୭ଟି ରାଜ୍ୟରେ ମହିଳା ଆର୍ଥିକ କର୍ମଶାଳାର ଆୟୋଜନ କରିଛି ।

ଏହି ଶୃଙ୍ଖଳାର ପ୍ରଥମ ଅଧିବେଶନ ପୁରୀର ନିମାପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବିଭିନ୍ନ ଜିଲ୍ଲାର ସାଟିନ୍ କ୍ରେଡିଟ୍‌କେୟାର ୨୫୦ଟି ସେର ମୂଖ୍ୟ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ବି.କେ ସ୍ୱାଇ, ସିଇଓ, ଫାନାନ୍‌ସିଆଲ୍ ଇନ୍‌କ୍ଲୋଜନ୍ ଇନ୍‌ଷ୍ଟିଟ୍ୟୁସନ୍‌ର ଓଡ଼ିଶା ଷ୍ଟେଟ ଆସୋସିଏସନ୍ ଏବଂ ଏହି କର୍ମଶାଳାର ମୁଖ୍ୟ ଅତିଥି । ଏହା ବ୍ୟତିତ ଶ୍ରୀଯୁକ୍ତ ତପନ କୁମାର ବେହେରା, ଏସ୍‌ଭିଇପି, ଓଡ଼ିଶା ଜୀବିକା ମିଶନ(ଓଏଲ୍‌ଏମ୍‌), ଶ୍ରୀଯୁକ୍ତ ପରାକ୍ରମ ଚମ୍ପଟି, ସ୍କିଲ୍ ଡେଭଲପ୍‌ମେ ବିଭାଗର ରାଜ୍ୟ କୋଡିନେଟର ଆଦି ଉପସ୍ଥିତ ଥିଲେ ।

ଏହି ଅବସରରେ ସାଟନ୍ କ୍ରେଡିଟ୍‌କେୟାର ନେଟୱର୍କ ଲିମିଟେଡର, ସିଓଓ, ଶ୍ରୀଯୁକ୍ତ ସଞ୍ଜିବ ଭିଜ୍ କହିଛନ୍ତି ଯେ, ଆମର ମୂଳ ଲକ୍ଷ୍ୟ ହେଉଛି ମହିଳା ମାନଙ୍କୁ ସଶକ୍ତ କରିବା ସହ ତାଙ୍କୁ ସ୍ୱବାଲମ୍ବୀ କରିବା । ଆମର ଏହି ସାଟନ୍ କ୍ରେଡିଟ୍‌କେୟାର ନେଟୱର୍କ ମହିଳା ତଥା ସମାଜ ଉପରେ ଭଲ ପ୍ରଭାବ ପକାଇବ ବୋଲି ଆଶା କରୁଛୁ । ଆମର ଲକ୍ଷ୍ୟ ରହିଛି ଯେ, ୨୦୨୦ ସୁଧା ୭ଟି ରାଜ୍ୟରେ ୧୦ଟି କର୍ମଶାଳା ଆୟୋଜନ କରିବା ସହ ଲକ୍ଷରୁ ଅଧିକ ମହିଳାଙ୍କ ସହ ଯୋଗାଯୋଗ କରିବା ।