ଭୁବନେଶ୍ୱର : ରାଜ୍ୟ ସରକାର ୧୩କୋଟି ଟଙ୍କା ବ୍ୟୟରେ ଦୁଇଟି ସରକାରୀ ୱେବସାଇଟ୍ର କାମ କରୁଛନ୍ତି । ଗୋଟିଏ
ହେଉଛି ରାଜ୍ୟ ସରକାରଙ୍କ ପୁରୁଣା ପୋର୍ଟାଲର ନବୀକରଣ ଓ ଅନ୍ୟଟି ହେଉଛି ନୂତନ ଭାବେ ପ୍ରସ୍ତୁତ ହେଉଥିବା ‘ଓଡିଶା ୱାନ’
ପୋର୍ଟାଲ । ତେବେ ଏହି ଦୁଇଟି କାର୍ଯ୍ୟ ପାଇଁ ଟେଣ୍ଡର ହୋଇନଥିବାବେଳେ ଏତେ ପରିମାଣର ଟଙ୍କାର କାମ କିଭଳି ଦିଆହେଲା ଓ କେଉଁଭଳି ଭାବେ ଖର୍ଚ୍ଚ ହେଉଛି ତାହାକୁ ନେଇ ଏବେ ଲୋକସେବାଭବନରେ ଚର୍ଚ୍ଚା ଜୋର ଧରିଛି । ହେଉଥିବା ଆଲୋଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପୋର୍ଟାଲର ନବୀକରଣ କାର୍ଯ୍ୟ ଇଲେକଟ୍ରୋନିକ୍ସ ଓ ସୂଚନା
ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନରେ ଥିବା ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ (ଓକାକ)କୁ ଦିଆଯାଇଥିଲା ।
ଏଥିପାଇଁ ବ୍ୟୟ ବରାଦ ହୋଇଛି ୭ କୋଟି ଟଙ୍କା । ତେବେ ୭କୋଟି ଟଙ୍କା ଖର୍ଚ୍ଚ ପାଇଁ କୌଣସି ଟେଣ୍ଡର ହୋଇନଥିବାବେଳେ ଏନ୍ଆଇସି ମାଧ୍ୟମରେ ଦିଲ୍ଲୀର ଗୋଟିଏ ସଂସ୍ଥାକୁ କାମ ଦେଇ ଦିଆଯାଇଛି । ସମ୍ପୃକ୍ତ ସଂସ୍ଥା ଏବେ କାମ ଚଳାଇଛି । ତେବେ କିଛି ଆଇଟି ବିଶେଷଜ୍ଞଙ୍କ କହିବାକଥା ଯେ ମୂଳ ପୋର୍ଟାଲଟି ପ୍ରସ୍ତୁତ ସମୟରେ ୮ରୁ ୧୦ ଟଙ୍କା ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ଯେଉଁ ନବୀକରଣ କାର୍ଯ୍ୟ ଚାଲିଛି ସେଥିରେ ଯଦି ସର୍ବାଧିକ ସ୍ତରରେ ବ୍ୟୟ କରାଯିବ ତେବେ ୫୦ଲକ୍ଷ ଟଙ୍କା ଯଥେଷ୍ଟ । ହେଲେ ୭କୋଟି ଟଙ୍କା କେଉଁଭଳି ଖର୍ଚ୍ଚହେବ ତାହା ଆକଳନ ଲଗାଇପାରୁନାହାନ୍ତି ବିଶେଷଜ୍ଞ । ସେହିଭଳି ରାଜ୍ୟରେ ସମସ୍ତ ନାଗରିକ ସେବାକୁ ଗୋଟିଏ ୱେବ ପୋର୍ଟାଲରେ ଉପଲ୨ ପାଇଁ ସରକାର ନୂତନ ଭାବେ ‘ଓଡିଶା ୱାନ’ ନାମରେ ୱେବସାଇଟ୍ ପ୍ରସ୍ତୁତ କରୁଛନ୍ତି । ଏହାପାଇଁ ବ୍ୟୟ ବରାଦ ହୋଇଛି ୬କୋଟି ଟଙ୍କା । କାମ ପାଇଛି ନୂଆଦିଲ୍ଲୀର ସେହି ସମାନ ସଂସ୍ଥା । ଏହି କାମ ବି ବିନା ଟେଣ୍ଡରରେ ତାକୁ ଦେଇ ଦିଆଯାଇଛି ।
ଏତେ ଟଙ୍କାରେ କି ପୋର୍ଟାଲ ତିଆରି ହେଉଛି ତାହାର ଉତ୍ତର କାହା ପାଖରେ ନାହିଁ । ସବୁଠାରୁ ବଡ କଥା ହେଲା ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସରକାରୀ କାମ ପାଇଁ ଟେଣ୍ଡର ବାଧ୍ୟମତାମୂଳକ ଥିବା ଏବଂ ପୂର୍ବରୁ ଓକାକ୍ କର୍ତ୍ତୃପକ୍ଷ ଅନୁରୂପ କାର୍ଯ୍ୟପାଇଁ ମାଳ ମାଳ ଟେଣ୍ଡର କରିଥିବାବେଳେ ଏଥର ୧୩କୋଟି ଟଙ୍କାର କାମ ପାଇଁ କାହିଁକି ଟେଣ୍ଡର ହେଲାନାହିଁ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗ ଦାୟିତ୍ୱରେ ଜଣେ ଦକ୍ଷ ଯୁବ ବୈଷୟିକ ଜ୍ଞାନ ସମ୍ପନ୍ନ ମନ୍ତ୍ରୀ ଥିବାବେଳେ ଆଉ ଜଣେ ପୂର୍ବତନ ବିଧାୟକ ଏହାର ଉପଦ୍ଦେଷ୍ଟା ଅଛନ୍ତି । ସଚିବଙ୍କ ଠାରୁ ଆରମ୍ଭ କରି ମୁଖ୍ୟ କାର୍ଯ୍ୟର୍ନିବାହୀ ସମସ୍ତେ ବରିଷ୍ଠ ଓ ଦକ୍ଷ ହୋଇଥିବାବେଳେ କ’ଣ ପାଇଁ ଏତେ ପରିମାଣ ଟଙ୍କା ବରାଦ ହୋଇଛି ସେ ସଂକ୍ରାନ୍ତରେ ତଳିଆ କର୍ମଚାରୀମାନେ ଜାଣିପାରୁ ନାହାନ୍ତି ।
ଆଇଟି ବିଶେଷଜ୍ଞମାନଙ୍କ କହିବାକଥା ଯେ ଯଦି ଟେଣ୍ଡର ହୋଇଥାନ୍ତା ତେବେ ୧୩କୋଟି ଟଙ୍କାର କାମ ପାଇଁ ଆର୍ନ୍ତଜାତୀୟ ସ୍ତରର କମ୍ପାନୀମାନେ ଟେଣ୍ଡର ପକାଇଥାନ୍ତେ ଓ ଦରକୁ ନେଇ ପ୍ରତିଦ୍ୱନ୍ଦିତା ହୋଇଥାନ୍ତା । ଯେତିକି କାମ ହେଉଛି
ତାହା କୋଟିଏ କିମ୍ବା ଦେଢ କୋଟି ଟଙ୍କାରେ ସରିଥାନ୍ତା । ହେଲେ ଟେଣ୍ଡର ନକରି ଯେଭଳି ଭାବେ ନୂଆଦିଲ୍ଲୀର ଗୋଟିଏ ନିର୍ଦ୍ଦିଷ୍ଟ ସଂସ୍ଥା ହାତରେ ସରକାର ୧୩କୋଟି ଟଙ୍କାର କାମ ଟେକିଦେଲେ ତାହା ଏବେ ଆଲୋଚନାକୁ ଖୋରାକ ଯୋଗାଇଛି