Odia News Portal

ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର

ବଲାଙ୍ଗିର: ବଲାଙ୍ଗିର ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର । ମାଆଙ୍କ ଶୁଦ୍ଧି କ୍ରିୟା ପାଇଁ ପୁଞ୍ଚିଲାଲଙ୍କୁ ଜାମିନ୍‌ ମିଳିଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ପୁଞ୍ଜିଲାଲଙ୍କୁ ୪ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥିଲେ ହାଇକୋର୍ଟ । ଶୁଦ୍ଧିକ୍ରିୟାରେ ଯୋଗ ଦେଇସାରିବା ପରେ ୨୮ ତାରିଖ ଦିନ ୧୧ଟା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ତରୀଣ ଜାମିନ ସହ ଅନେକ ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।

ଜାମିନ ଅବଧି ସମୟରେ ଗଣମାଧ୍ୟମକୁ ନଭେଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଆ ଇନ୍ଦୁମତିଙ୍କ ମୃତ୍ୟୁ ପରେ ପୋଲିସ ସୁରକ୍ଷା ଭିତରେ ଆସି ସେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଏବେ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ପୁଞ୍ଜିାଲାଲ ସର୍ତ୍ତମୂଳକ ଜାମିନ୍‌ରେ ଜେଲ୍‌ରୁ ବାହାରିଛନ୍ତି। ୨୦୧୮ ଫେବୃୟାରୀ ୨୩ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲ୍‌ଙ୍କୁ ଗିରଫ କରାଯାଇଥିଲା।