ପୁରୀ/କୋଣାର୍କ : ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କ ଅଭିମୁଖେ ଆସି ପ୍ରଥମେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭ ଆୟୋଜିତ ହେଉଥିବା ଇକୋ ରିଟ୍ରିଟକୁ ଗ୍ରସ୍ତ କରିଥିଲେ । ସେଠାରେ କିଛି ସମୟ ଅତିବାହିତ କରି ମାନ୍ୟବର ମନ୍ତ୍ରୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାଙ୍ଗଣରେ ଦିନ ୧୨:୩୦ରେ ପହଞ୍ଚିଥିଲେ ।
ସେଠାରେ ତାକୁଂ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସମେତ ଏ.ଏସ୍.ଆଇ ର ଅଧିକାରୀ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । କୋଣାର୍କ ମନ୍ଦିର ବୁଲିବା ସହିତ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସମ୍ବନ୍ଧ ରେ ପଚାରି ବୁଝିଥିଲେ । ମନ୍ଦିରର ସ୍ଥିତିକୁ ଟିକନିକ କରି ଅନୁଧ୍ୟାନ କରିଥିଲେ ମନ୍ତ୍ରୀ । ପରେ ସେ ନିଜର ମତ ଦେଇ ପ୍ରକାଶ କରିଛନ୍ତି ଯେ କୋଣାର୍କ-ପୁରୀ ଭଳି ମନ୍ଦିରର ଐତିହ୍ୟ, ସଂସ୍କୃତି ଆଦିକୁ ଗୁରୁତ୍ବ ଦିଆଯାଇ ଏହାକୁ ସ୍ବତନ୍ତ୍ ମାନ୍ୟତା ଦିଆଯିବ।
ରାଜ୍ୟ ସରକାରଙ୍କ ଦାବି ମୁତାବକ କୋଣାର୍କ ଓ ପୁରୀ କୁ ଆଇକୋନିକ ପ୍ଲେସ ର ମାନ୍ୟତା ଦିଆଯିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି ଓ ପୁରୀ – କୋଣାର୍କ ପରି ଐତିହ୍ୟ ସ୍ଥାନ ର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ପରେ ଅପରାହ୍ନ ୩ଟା ରେ ମେରାଇନ ଡ୍ରାଇଭ ନିକଟରେ ଚାଲୁଥିବା ଇକୋ ରିଟ୍ରିଟ ପରିସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ପର୍ଯ୍ୟଟନ ମନ୍ତୀ ମାନକଂର ଏକ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।