Odia News Portal

ଆଧ୍ୟାତ୍ମିକତା ବିକାଶରେ ଓଡ଼ିଶୀ ସଂକୀର୍ତ୍ତନର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବ ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀର ବିଂଶତମ ବାର୍ଷିକ ଓଡ଼ିଶୀ ସଂକୀର୍ତ୍ତନ ମହୋତ୍ସବ ପବିତ୍ର ତ୍ରିବେଣୀ ଅମାବାସ୍ୟା ତିଥିରେ ଆଜି ପୂର୍ବାହ୍ନରେ କଟକ-ଭୁବନେଶ୍ୱର ମହାନଗରନିଗମ ସୀମାରେ ଥିବା ଲକ୍ଷେଶ୍ୱର ମହାଦେବଙ୍କ ପୀଠସ୍ଥଳୀରେ ମହନ୍ତ ନଳିନୀ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫୨ଗୋଟି ସଂକୀର୍ତ୍ତନ ମଣ୍ଡଳୀର ୪୦୦ ରୁ ଊର୍ଦ୍ଧ୍ୱ କଳାକାର ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡ଼ିଶା ମୋ ପରିବାରର ଆବାହକ ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ, ବିଧାୟକ ସୁଶାନ୍ତ କୁମାର ରାଉତ, ଡକ୍ଟର ଅରବିନ୍ଦ ଢାଲି, ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଅଲେଖ କୁମାର ଜେନା, ଉତ୍କଳ ସମ୍ମିଳନୀ ସଭାପତି ଡକ୍ଟର ଅଦ୍ୱୈତ କୁମାର ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ର, କବିତା ମଞ୍ଜରୀ ପରିଡ଼ା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଭାଷ ଚନ୍ଦ୍ର ପାତ୍ର, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପ୍ରଶାନ୍ତ କୁମାର ଦାସ, ସରପଞ୍ଚ ରଶ୍ମିତା ସାହୁ, ସମିତିସଭ୍ୟ ମହେଶ୍ୱର ଦାସ, ପୂର୍ବତନ କର୍ପୋରେଟର ଗାୟତ୍ରୀ ଲେଙ୍କା, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ନାଥ, ସମାଜସେବୀ ପଦ୍ମନାଭ ପଟ୍ଟନାୟକ, ଶିବ ଚରଣ ଜେନା, ଯଜ୍ଞାଶୀଷ ମହାପାତ୍ର, ଯୁବନେତା ଅକ୍ଷୟ କୁମାର ଲେଙ୍କା, ଅଧ୍ୟାପକ ଡକ୍ଟର ଯୁଧିଷ୍ଠିର ଖଟୁଆ, ଡକ୍ଟର ପ୍ରଭାକର ଦାସ, ଭାଜପା ନେତା ଦିଲ୍ଲୀପ କୁମାର ମଲ୍ଲିକ, ସୁଶାନ୍ତ କୁମାର ମଲ୍ଲିକ, ବସନ୍ତ କୁମାର ନାୟକ ଯାଦବ ସଂଘର ସଭାପତି ଧନେଶ୍ୱର ବେହେରା, ସମ୍ପାଦକ ଧ୍ରୁବଚରଣ ବେହେରା, କୃଷ୍ଣକେଶବ ଆପଟ୍ଟ, ସୁରେଶ ବେହେରା, ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଉତ୍କଳୀୟ ଆଧ୍ୟାତ୍ମିକ, ସାମାଜିକ, ବିକାଶରେ ଓଡ଼ିଶୀ ସଂକୀର୍ତ୍ତନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ପିଲା ଜନ୍ମର ଏକୋଇଶିଆ ଉତ୍ସବଠାରୁ ଆରମ୍ଭ କରି ମୃତ୍ୟୁପରେ ଶବ ଶୋଭାଯାତ୍ରା ଚତୁର୍ଦ୍ଦଶ ଦିବସ ମୋକ୍ଷ କାର୍ଯ୍ୟକ୍ରମରେ ଓଡ଼ିଶୀ ସଂକୀର୍ତ୍ତନ ଯୁଗଯୁଗ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।
ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ଦୋଳମେଳଣ, ଦୁର୍ଗାପୂଜା ଓ ପ୍ରତ୍ୟେକ ପୂଜା ପାର୍ବଣରେ ଓଡ଼ିଶୀ ସଂକୀର୍ତ୍ତନ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସଂକୀର୍ତ୍ତନ ସେବକ ଲକ୍ଷ୍ମୀଧର ବେହେରା ସ୍ୱାଗତ ଜଣାଇବା ବେଳେ ପବିତ୍ର ମୋହନ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ, ଉପଦେଷ୍ଟା ଆଶୁତୋଷ ସାମନ୍ତରାୟ, ଜଗଦାନନ୍ଦ ରାଉତରାୟ, ଯୁଧିଷ୍ଠିର ପରିଜା, କିଶୋର କୁମାର ବରାଳ, ଦେବେନ୍ଦ୍ର ମହାନ୍ତି, ଅର୍ଜୁନ ପରିଡ଼ା ପ୍ରମୁଖ ସଂକୀର୍ତ୍ତନ ପରିଚାଳନା କରିଥିଲେ । ଅଧିକାରୀ ଚୈତନ୍ୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂକୀର୍ତ୍ତନ କଳାକାରଙ୍କ ସମେତ ୫୦୦ ରୁ ଊର୍ଦ୍ଧ୍ୱ କଳାକାର ଓ କଳାପ୍ରେମୀଙ୍କୁ ଉତ୍ତରୀୟ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।