Odia News Portal

ମିଲେନିୟମ୍‌ ସିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନବୀନ ନିବାସରେ ଶତାଧିକ କଟକ ବାସିନ୍ଦା, ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର :  ମିଲେନିୟମ୍‌ ସିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଖୁସି ବ୍ୟକ୍ତ କରିଛନ୍ତି କଟକ ବାସୀ । ବିଧାୟକ ସୌଭିକ୍‌ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ କଟକ ବାସିନ୍ଦା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଗତକାଲି କଟକ ସହର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ମହାନଦୀ ପଠାରେ ବିସ୍ତୀର୍ଣ୍ଣ ୪୨୪ ଏକର ଜମିରେ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହେବ। ଏନେଇ ଗତକାଲି ଗ୍ରାଉଣ୍ଡ ଭିଜିଟ୍‌ କରି ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।