Odia News Portal

ପତାକା ଉତ୍ତୋଳନ ପୂର୍ବରୁ କଂଗ୍ରେସ ନେତାଙ୍କ ମଧ୍ୟରେ ମାରପିଟ୍‌, ଭିଡିଓ ଭାଇରାଲ

ଇନ୍ଦୋର : ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ବେଳେ ମାରପିଟ୍‌ । ମାଡ଼ ମରାମରି ହେଲେ ଦୁଇ ଜଣ ବରିଷ୍ଠ କଂଗ୍ରେସ ନେତା । କଂଗ୍ରେସ ପାର୍ଟି ଅଫିସ୍‌ରେ ଏହି ଗଣ୍ଡଗୋଳ ହୋଇଛି । ଯାହାର ଭିଡିଓ ଭାଇରାଲ ହୋଇ ଚର୍ଚ୍ଚା ସୃଷ୍ଟି କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ପତାକା ଉତ୍ତୋଳନ କରିବାକୁ ଆସିବାର ଥିଲା ।

ଏହା ପୂର୍ବରୁ ରାଜ୍ୟର କଂଗ୍ରେସ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ କୁଞ୍ଜିର ଓ ବରିଷ୍ଠ ନେତା ଦେବେନ୍ଦ୍ରେ ସିଂହ ଯାଦବଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରଥମେ ଯୁକ୍ତି ତର୍କ ଓ ପରେ ହାତାହାତି ହୋଇଥିଲା । ପରେ ଜଣାପଡ଼ିଥିଲା ଯେ କୁଞ୍ଜିର ମଞ୍ଚ ପାଖକୁ ଆସିବା ବେଳେ ଦେବେନ୍ଦ୍ର ତାଙ୍କୁ ମନା କରିଥିଲେ । ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।