ଭୁବନେଶ୍ବର : ଜାନୁଆରି ୩୧ ତାରିଖରୁ ଭୁବନେଶ୍ୱରରୁ ବାରଣାସୀ ସିଧାସଳଖ ଉଡ଼ିବ ବିମାନ । ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ ୭୦ ସିଟ ବିଶିଷ୍ଟ ଏଟିଆର ୭୨-୬୦୦ ଏୟାରକ୍ରାଫ୍ଟ ଏହି ରୁଟରେ ଚଳାଚଳ କରିବ । ମଧ୍ୟାହ୍ନ ୧୨ଟା ୧୫ରୁ ଭୁବନେଶ୍ୱର ବିମାନ ଉଡ଼ାଣ ଭରିବ ଓ ବାରଣାସୀରେ ଏହା ଦିନ ୨ଟା ୦୫ରେ ପହଞ୍ଚିବ।
ସେହିପରି ବାରଣାସୀରୁ ଏହା ଦିନ ସାଢେ ୨ଟାରେ ଉଡ଼ାଣ ଭରି ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ଏହି ରୁଟରେ ସିଧାସଳଖ ବିମାନ ଚଳାଚଳ ହେବା ଦ୍ୱାରା ଯାତ୍ରୀମାନେ କମ ସମୟରେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ବୋଲି ଏଲାଏନ୍ସ ଏୟାର ପକ୍ଷରୁ ସୂଚନା ଦିଆଯାଇଛି ।